ଓୱେସୀଙ୍କ ରାଲିରେ ପାକିସ୍ତାନ ଜିନ୍ଦାବାଦ କହି ଜେଲ୍ ଗଲେ ଅମୂଲ୍ୟା

1 min read

ବେଙ୍ଗଳୁରୁ: ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ବେଙ୍ଗଳୁରୁରେ ରାଲି । ରାଲିରେ ଲାଗିଲା ପାକିସ୍ତାନ ଜିନ୍ଦାବାଦ ନାରା । ଗତକାଲି AIMIM ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସୀ ଆୟୋଜିତ କରିଥିବା ରାଲିରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଫସିଛନ୍ତି ଅମୂଲ୍ୟା ନାମକ ଯୁବତୀ । ପାକିସ୍ତାନକୁ ସମର୍ଥନ କରି ନାରା ଦେଇଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି ।ଅମୂଲ୍ୟାଙ୍କୁ ବେଙ୍ଗଳୁରୁର କୋର୍ଟର ହାଜର କରାଯିବା ପରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଗତକାଲି ରାଲି ବେଳେ ଯୁବତୀ ଜଣଙ୍କ ମଞ୍ଚ ଉପରୁ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ

ଅମୂଲ୍ୟାଙ୍କ ମୁହଁରୁ ପାକିସ୍ତାନ ଜିନ୍ଦାବାଦ ଶୁଣିବା ପରେ ଓୱେସୀ ମଞ୍ଚରୁ ତଳକୁ ପଳାଇ ଆସିଥିବା ଭିଡିଓରେ ଦେଖାଯାଉଛି । ପରେ ଓୱେସୀ ମଞ୍ଚ ଉପରକୁ ଆସିଥିଲେ । କିଛି ସମର୍ଥକ ଆସି ତୁରନ୍ତ ମାଇକ୍ ଛଡ଼ାଇ ନେଇଯାଇଥିଲେ । ପରେ ପୋଲିସ ଅମୂଲ୍ୟାଙ୍କୁ ହେପାଜତକୁ ନେଇ କୋର୍ଟ ଚାଲାଣ କରିଥିଲା । ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ନାରାକୁ ନିନ୍ଦା କରିଛନ୍ତି ।

Leave a Reply