ଜମ୍ମୁ-କାଶ୍ମୀରରେ ବନ୍ୟା ଆଶଙ୍କା; ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

1 min read

ନନ୍ଦିଘୋଷ ବ୍ୟୁରୋ: ଲଗାତାର ବର୍ଷା ଯୋଗୁଁ ଜମ୍ମୁ ଏବଂ କାଶ୍ମୀରରେ ବନ୍ୟା ଆଶଙ୍କା ଦେଖାଦେଇଛି। ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଗତକାଲିଠାରୁ ଜମ୍ମୁ ଏବଂ କାଶ୍ମୀରରେ ଲଗାତାର ବର୍ଷା ଜାରି ରହିଛି। ସକାଳ ଠାରୁ ଜମ୍ମୁ ଅଞ୍ଚଳରେ ବର୍ଷା ହେଉଥିଲେ ମଧ୍ୟ ସନ୍ଧ୍ୟାରୁ ମଧ୍ୟ ଉପତ୍ୟକାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲାର କାଜିଗୁଣ୍ଡରେ ସର୍ବାଧିକ ୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ଅନନ୍ତନାଗ ଜିଲ୍ଲା କୋକେରନାଗରେ ୮୯ ମିମି ଏବଂ ପହଲଗାଓଁରେ ୬୪.୪ ମିମି ବର୍ଷା ରେକର୍ଡ ହୋଇଛି । ନିରନ୍ତର ବର୍ଷା ଯୋଗୁଁ ଜମ୍ମୁ ଅଞ୍ଚଳର ଚେନାବ ଏବଂ କାଶ୍ମୀରର ଝେଲମରେ ଜଳସ୍ତର ବୃଦ୍ଧି ପାଇଛି ।

ଜମ୍ମୁ ଏବଂ ଉଧମପୁରର ଚେନାବରେ ଜଳ ବିପଦ ସଙ୍କେତ ପାର କରିଛି । ଜମ୍ମୁ ଅଞ୍ଚଳରେ ବନ୍ୟା ଆଶଙ୍କା ଅତିକ୍ରମ କରିଥିବାବେଳେ ଉପତ୍ୟକାର ଝେଲମରେ ଜଳସ୍ତର ବୃଦ୍ଧି ପାଉଛି । ନିରନ୍ତର ବର୍ଷା ଯୋଗୁଁ ଦକ୍ଷିଣ କାଶ୍ମୀରର ବୈଶୋ ନାଲାରେ ପାଣି ବଢିଛି।।ହଜାର ହଜାର ଆବାସିକ ଘର, ସେତୁ, ରାସ୍ତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ କହିବା ସହ ଜଳାଶୟ ନିକଟରେ ନ ଯିବାକୁ ପରାମର୍ଶ ଦେଇଛି। ଅବିରତ ବର୍ଷା ଯୋଗୁଁ ପ୍ରବଳ ବର୍ଷା ଏବଂ ବାଦଲ ଫାଟିବା, ଭୂସ୍ଖଳନ ଏବଂ ଦୁର୍ବଳ ସ୍ଥାନରେ ବନ୍ୟା ହେବାର ସମ୍ଭାବନା ବିଷୟରେ ମଧ୍ୟ ପାଣିପାଗ ବିଭାଗ ସତର୍କ କରାଇଛି।