ଯୌତୁକ ପାଇଁ ରାକ୍ଷସ ସାଜିଲା ସ୍ବାମୀ ସ୍ତ୍ରୀ ପାଟିରେ ପୂରାଇଲା ଗରମ ଛୁରୀ

 

ନନ୍ଦିଘୋଷ ବ୍ୟୁରୋ : ଗ୍ରେଟର ନୋଏଡାର ଯୌତୁକ ଯୋଗୁଁ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁ ମିଶି ନିର୍ଯାତନା ଦେବା ପରେ ନିଆଁ ଲଗାଇ ପୋଡି ମାରି ଦେଇଥିଲେ, ସେହି ଘଟଣା ସାରେ ଦେଶକୁ ଦୋହଲାଇ ଦେଇଥିବା ବେଳେ ଆଜି ପୁଣି ଘଟଣା ସାମନାକୁ ଆସିଛି। ଯୌତୁକ ଯୋଗୁଁ ଜଣେ ନବବିବାହିତାଙ୍କୁ ତାଙ୍କ ସ୍ବାମୀ  ତାର ସ୍ତ୍ରୀ କୁ ମାଡ ମାରିବା ଏକ ତତଲା ଛୁରୀକୁ ପାଟିତ ଭିତରେ ପୂରାଇ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ।

ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ଖୁସବୁ ନାମକ ଜଣେ ମହିଳା ବଡବାନୀ ଜିଲ୍ଲାର ଦିଲ୍ଲୀପଙ୍କ ସହ ବିବାହ ହୋଇଥିଲା। କିନ୍ତୁ ବାହାଘର ପରେ ଦିଲ୍ଲୀପ ଖୁସବୁକୁ ପସନ୍ଦ କରୁନଥିଲେ ଓ ଅଧିକ ଯୌତୁକ ଆଣିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ  ।  ଏହା ସହ ତାଙ୍କୁ ଛାଡି ଦେବାକୁ ଧମକ ଦେଇଥିଲେ। ଯୌତୁକ ଦାବିରେ ପ୍ରତିଦିନ ତାଙ୍କୁ ମାରପିଟ କରୁଥିଲେ। କିନ୍ତୁ ଏଥର ରାକ୍ଷସ ପାଲଟିଯାଇଥିଲେ ।

ଖୁସବୁଙ୍କ ଅଭିଯୋଗ ଅନୁସାରେ, ରବିବାର ରାତିରେ ଦିଲ୍ଲୀପ ନିଶାଗ୍ରସ୍ତ ଅବସ୍ଥାରେ ପ୍ରଥମେ ତାଙ୍କୁ ବାଡିରେ ପିଟିଥିଲେ ଏବଂ ତା’ପରେ ରୋଷେଇ ଘରକୁ ଟାଣି ନେଇଥିଲେ। ଏହା ପରେ ସେ ତାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କ ମୁଣ୍ଡରେ ବନ୍ଧୁକ ଭଳି କିଛି ଜିନିଷ ରଖି ଶରୀରର ଅନେକ ସ୍ଥାନରେ ଗରମ ଛୁରୀରେ ତାଙ୍କୁ ଚେଙ୍କ ଦେଇଥିଲେ। ତେଣୁ ସେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିବାରୁ ତାଙ୍କ ପାଟିରେ ଏକ ଗରମ ଛୁରୀ ପୁରାଇ ଦେଇଥିଲେ। କିନ୍ତୁ କୌଣସିମତେ ସେ ସେଠାରୁ ବାହାରି ଆସିବାରେ ସଫଳ ହୋଇଥିଲେ।

ସୋମବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ ଖୁସବୁ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ଜଣେ ସଫେଇ କର୍ମଚାରୀଙ୍କଠାରୁ ମୋବାଇଲ୍ ନେଇ ତାଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ। ତା’ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି। ପୀଡିତାଙ୍କ ପରିବାର ଏହି ନିର୍ମମ ଭାବେ ନିର୍ଯାତନା ଦେଉଥିବାରୁ ସ୍ୱାମୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।