spot_img

Latest Posts

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କିଏ ଅଧିକ ଧନୀ ?

ନନ୍ଦିଘୋଷ ବ୍ୟୁରୋ : ବିରାଟ କୋହଲି ରୋହିତ ଶର୍ମାଙ୍କ ଠାରୁ  ପ୍ରାୟ ଦେଢ ବର୍ଷା ସାନ ହୋଇ ପାରନ୍ତ, କିନ୍ତୁ ଉଭୟଙ୍କ କ୍ରିକେଟ କ୍ୟାରିୟର ସମାନ ପର୍ଯ୍ୟାୟ ଦେଇ ଗତି କରୁଛି । ସେମାନରେ ଏକାଠି ଟି-୨୦ରୁ ଅବସର ନେଇଛନ୍ତି । କିଛି ଦିନ ମଧ୍ୟରେ ଦୁହେଁ ଟେଷ୍ଟ କ୍ରିକେଟରୁ ମଧ୍ୟ ବିଦାୟ ନେଇଛନ୍ତି । ବିସିସିଆଇରୁ କୋଟି କୋଟି ଟଙ୍କା ଦରମା ନେିଛନ୍ତି । ଅନେକ ବ୍ରାଣ୍ଡକୁ ମଧ୍ୟ ପ୍ରମୋଟ କରିବା ସହ ସ୍ପନ୍ସରସିପ ଡିଲରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଯଦି ଆପଣ ସେମାନଙ୍କ ସମ୍ପତ୍ତି ବିଷୟରେ ଜାଣିବା ତାହା ହେଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରଥମେ ରୋହିତ ଶର୍ମାଙ୍କ ବିଷୟରେ କହିବାକୁ ଗଲେ, ରିପୋର୍ଟ ଅନୁସାରେ ତାଙ୍କର ମୋଟ ସମ୍ପତ୍ତି ୨୧୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେ ବିସିସିଆଇ, ଇଣ୍ଡିଆନ୍ ପ୍ରିମିୟର ଲିଗ୍, ଅନୁମୋଦନ ଏବଂ ସ୍ପନ୍ସରସିପ ଡିଲ ମାଧ୍ୟମରେ ଏହା ରୋଜଗାର କରିଛନ୍ତି। ରୋହିତ ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ କେବଳ ଦିନିକିଆ ମ୍ୟାଚ୍ ଖେଳନ୍ତି  । ବିସିଆଇ ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ଦିଏ।

ଅନ୍ୟପକ୍ଷରେ, ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧୦୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିରାଟ ଏବେ କେବଳ ଦିନିକିଆ ମ୍ୟାଚ୍ ମଧ୍ୟ ଖେଳନ୍ତି ।  ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାର ଗ୍ରେଡ୍ ଏ ରେ ଥିବାରୁ, ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ, ସେ ଅନୁମୋଦନ, ସ୍ପନ୍ସରସିପ ଡିଲ ଏବଂ ବ୍ୟବସାୟିକ ନିବେଶ ମାଧ୍ୟମରେ ଏତେ ବଡ଼ ସାମ୍ରାଜ୍ୟ ମଧ୍ୟ ଗଢ଼ିଛନ୍ତି।

ରୋହିତ ଶର୍ମା ଆଡାଦାସ, ସିଏଟି, ଆଇଆଇଏଫଏଲ ଫାଇନାନ୍ସ ଏବଂ ମ୍ୟାକ୍ସ ଲାଇଫ ଇନସୁରାନ୍ସ ଭଳି ଅନେକ ବଡ଼ ବ୍ରାଣ୍ଡ ସହିତ ଜଡିତ ଅଛନ୍ତି। ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ଅନୁଯାୟୀ, ରୋହିତଙ୍କ ନିବେଶ ପୋର୍ଟଫୋଲିଓ ମଧ୍ୟ ବହୁତ ଭଲ, ସେ ଷ୍ଟାର୍ଟ-ଅପ୍ ଏବଂ ଅନ୍ୟାନ୍ୟ ବ୍ରାଣ୍ଡରେ ୮୯ କୋଟି ଟଙ୍କା ନିବେଶ କରିଛନ୍ତି।

ବିରାଟ କୋହଲି ପୁମା, ଅଡି, ଏମଆରଏଫ, ମିଣ୍ଟ୍ରା ସମେତ ଅନେକ ବଡ଼ ବଡ଼ କମ୍ପାନୀ ସହିତ କାମ କରିଛନ୍ତି। ନିବେଶ ବିଷୟରେ କହିବାକୁ ଗଲେ, ବିରାଟ କୋହଲି ନିଜେ ଏହି ଦୁଇଟି କମ୍ପାନୀ, One8 ଏବଂ Wrogn ର ମାଲିକ। ଏହା ବ୍ୟତୀତ, ସେ ମିଣ୍ଟ୍ରା, ୟୁନିଭର୍ସାଲ ସ୍ପୋର୍ଟସବିଜ୍ ସମେତ ଅନ୍ୟ ଅନେକ କମ୍ପାନୀରେ ପ୍ରଚୁର ଟଙ୍କା ନିବେଶ କରିଛନ୍ତି।

Latest Posts

Don't Miss