ଖଣ୍ଡଗିରି ଥାନା ଆଗରେ ଖଣ୍ଡଯୁଦ୍ଧ ; ମାଡ଼ପିଟ ଚାଲିଥିବା ବେଳେ ଦର୍ଶକ ସାଜିଲା ପୋଲିସ

ଭୁବନେଶ୍ବର : ଭୁବନେଶ୍ବର ଖଣ୍ଡଗିରି ଥାନା ଆଗରେ ଖଣ୍ଡଯୁଦ୍ଧ । ମାଡ଼ପିଟ ଚାଲିଥିବା ବେଳେ ଦର୍ଶକ ସାଜିଲା ପୋଲିସ । ଦୁଇ ଗୋଷ୍ଠୀ ପ୍ରାୟ ୧୫ ମିନିଟ ଧରି ଗଣ୍ଡଗୋଳ କରୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଲା ପୋଲିସ । ଦେଖେଣାହାରୀ ପାଲଟିଲେ ପିସିଆର କର୍ମଚାରୀ । ସ୍ଥିତି ଅଣାୟତ୍ତ ହେବାରୁ ଥାନାରୁ ପୋଲିସ ଷ୍ଟାଫ ବାହାରି ସେମାନଙ୍କୁ ଆୟତ୍ତ କରିଥିଲେ । କିଛି ଯୁବକଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।

କିନ୍ତୁ ଥାନା ଗେଟ ସମ୍ମୁଖରେ କିଛି ଅସାମାଜିକ ଯୁବକ ଗଣ୍ଡଗୋଳ କରୁଥିବା ବେଳେ ପୋଲିସ କାହିଁକି ଅଟକାଇଲା ନାହିଁ ବୋଲି ପ୍ରଶ୍ନ ଉଠିଛି ? ଏଭଳି ଆଇନଶୃଙ୍ଖଳା ପରିସ୍ଥିତି ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।