ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ Z କାଟେଗୋରୀ ସିକ୍ୟୁରିଟି

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜେଡ କାଟେଗୋରୀ ସିକ୍ୟୁରିଟି। ଜେଡ ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏହା ସହ ତାଙ୍କ ସୁରକ୍ଷା ଦାୟିତ୍ବ ସିଆରପିଏଫକୁ ହସ୍ତାନ୍ତର କରାଯାଇଛି। ଗତକାଲି ଜନଶୁଣାଣି ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରେ ହମଲା କରିବା ପରେ ସୃଷ୍ଟି ହୋଇଥିଲା ହଇଚଇ। ସିଆରପିଏଫ ସମେତ ଦିଲ୍ଲୀ ପୋଲିସ ବି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ରହିବ। ତାଙ୍କ ବାସଭବନରେ ଏବେ ଦିଲ୍ଲୀ ପୋଲିସର ଟିମ୍ ମୁତୟନ ରହିଛନ୍ତି। ଗତକାଲି ୪୧ ବର୍ଷ ବୟସ୍କ ରାଜେଶ କୁମାର ଖିମଜୀ ନାମକ ବ୍ୟକ୍ତି ରେଖାଙ୍କ ଉପରେ ଆକ୍ରମଣ କରିଥିଲା। ଦିଲ୍ଲୀ ସିଭିଲ ଲାଇନ୍ସରେ ଘଟିଥିଲା ଘଟଣା। ଏହାକୁ ନିନ୍ଦା କରିଥିଲେ ବିଭିନ୍ନ ଦଳର ନେତା।