ନାବାଳିକାକୁ ବିବାହ ପରେ ନିର୍ଯାତନା ମାମଲା : ଫେରାର ପୋଲିସ SI ଅମିତ ପାଢ଼ୀ ଗିରଫ
ନନ୍ଦିଘୋଷ ବ୍ୟୁରୋ: ନାବାଳିକାକୁ ବିବାହ ପରେ ନିର୍ଯାତନା ମାମଲା। ଫେରାର ପୋଲିସ SI ଅମିତ ପାଢ଼ୀ ଗିରଫ। ରାଜ୍ୟ ବାହାରୁ ପୋଲିସ ବାବୁଙ୍କୁ ବାନ୍ଧି ଆଣିଛି ଜଗତସିଂହପୁର ପୋଲିସ । ଜଗତସିଂହପୁର ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ବାଲେଶ୍ୱରର ପୋଲିସ SI ଅମିତ ପାଢ଼ୀ ଫେସବୁକରେ ଜଗତସିଂହପୁର ଥାନା ଅଂଚଳର ଏକ ନାବାଳିକାକୁ ଭଲପାଇ ବନ୍ଧୁତା ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଏକ ମନ୍ଦିରରେ ନାବାଳିକାକୁ ବିବାହ କରିଥିଲେ। ଶାଶୁ ଘର ଲୋକେ ଏହା ଜାଣିବା ପରେ ବୋହୁ ବୋଲି ଗ୍ରହଣ ନକରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ତେଣୁ SI ଅମିତ ପାଢ଼ୀ ନାବାଳିକା ସ୍ତ୍ରୀକୁ ତାଙ୍କ ବାପଘର ଜଗତସିଂହପୁର ଥାନା ଅଞ୍ଚଳରେ ଛାଡ଼ି ଦେଇ ଚାଲିଯାଇଥିଲେ। ଆଉ ନେବାକୁ ଆସିନଥିଲେ କି ଫୋନ ଉଠାଉନଥିଲେ। ପରେ ଫୋନଟିକୁ ସୁଇଚ ଅଫ କରିଦେଇଥିଲେ। ଏନେଇ ନାବାଳିକା ଜଣଙ୍କ ଘରେ କହିବା ପରେ ମାର୍ଚ୍ଚ ମାସରେ ASI ଅମିତ ପାଢ଼ୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାଆ ।ଜଗତସିଂହପୁର ପୋଲିସ ତାଙ୍କୁ ରାଜ୍ୟ ବାହାରୁ ଗିରଫ କରିବାରେ ସଫଳ ହୋଇଛି।
