୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ବାଲେଶ୍ୱର: ୧୦୦ ଗ୍ରାମ୍‌ ବ୍ରାଉନ୍‌ ସୁଗର ସହିତ ନଗଦ ୩ ଲକ୍ଷ ୧୪ ହଜାର ଟଙ୍କା ଓ ଏକ କାର୍‌ ଜବତ, ୩ ଜଣ ଗିରଫ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସେଖ୍‌ସରାଇ ଛକ ନିକଟରୁ ପୋଲିସ ଚଢ଼ାଉ କରି ଏସବୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତିମାନେ ହେଲେ ପୁରୀ କୁମ୍ଭାରସାହି ଥାନା ଅନ୍ତର୍ଖତ ନରେନ୍ଦ୍ରକୋଣର ଶ୍ରୀଧର ନାୟକ, ଲିଟୁ ଦୋରା ଏବଂ ଦେବାଶିଷ ମହାନ୍ତି । ଏମାନେ ଜଳେଶ୍ୱରରୁ କାର୍‌ ଯୋଗେ ପୁରୀକୁ ବ୍ରାଉନ୍‌ ସୁଗର ଚୋରା ଚାଲାଣ କରିବା ବେଳେ ପୋଲିସ ଚଢ଼ାଉ କରି ଧରିଥିଲା । ଜବତ ବ୍ରାଉନ୍‌ ସୁଗରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।

Leave a Reply