ସେନାରେ ମହିଳାଙ୍କ ଅଧିକାରକୁ ନେଇ ବଡ଼ ରାୟ, ଏହାକୁ ୩ମାସ ମଧ୍ୟରେ ଲାଗୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାରେ ମହିଳାଙ୍କ ଅଧିକାରକୁ ନେଇ ବଡ଼ ରାୟ । ସ୍ଥଳସେନାରେ ମହିଳାଙ୍କ ପାଇଁ ରହିବ ସ୍ଥାୟୀ କମିଶନ । ଶାରିରୀକ ଓ ସାମାଜିକ ଆଧାରରେ ବଞ୍ଚିତ ହେବେନି ମହିଳା । ହାଇକୋର୍ଟର ନିଷ୍ପତ୍ତି ଉପରେ ବାଜିଲା ସୁପ୍ରିମକୋର୍ଟର ମୋହର । ନିର୍ଦ୍ଦେଶକୁ ୩ ମାସ ମଧ୍ୟରେ ଲାଗୁ କରିବାକୁ କୋର୍ଟ କହିଛନ୍ତି । ସେହିପରି ଏବେ ସ୍ଥଳସେନାରେ ମହିଳାଙ୍କୁ ବି ମିଳିବ କମାଣ୍ଡିଂ ପଦବୀ । ଏହାସହ କେନ୍ଦ୍ର ଉପରେ ଅସନ୍ତୋଷ ଜାହିର କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ।  ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ସ୍ଥଳସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ପ୍ରସ୍ତାବ ଦେଇଥିଲେ । ଏହା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଆଉ ଯୁକ୍ତି କରିଥିଲେ, ପୁରୁଷ ସୈନିକ ମହିଳା ଅଧିକାରୀଙ୍କଠାରୁ ଆଦେଶ ନେବାକୁ ପ୍ରସ୍ତୁତ ନୁହନ୍ତି । ଆଜି ୧୦ ବର୍ଷ ପରେ କେନ୍ଦ୍ରର ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

Leave a Reply