ଆମେରିକା ନେଭାଡାରେ ଗୁଳିମାଡ଼, ୨ ମୃତ, ୪ ଆହତ
1 min read
ନନ୍ଦିଘୋଷ ବ୍ୟୁରୋ ; ଆମେରିକାର ନେଭାଡାର ରେନୋରେ ଏକ କାସିନୋ ଓ ରିସର୍ଟ ବାହାରେ ଗୁଳିମାଡ଼ ହୋଇଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଘଟଣାଟି ରାଜ୍ୟର ଉତ୍ତର-ପଶ୍ଚିମ ଭାଗରେ ଥିବା ରେନୋ ସହରର ଗ୍ରାଣ୍ଡ ସିଏରା ରିସର୍ଟର ଭାଲେଟ୍ ପାର୍କିଂ ଅଞ୍ଚଳ ନିକଟରେ ସ୍ଥାନୀୟ ସମୟ ସକାଳ ପ୍ରାୟ ୭:୨୫ସମୟରେ ଘଟିଥିଲା। ଏନକାଉଣ୍ଟରରେ ଆହତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ଆହତମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ରେନୋ ସିଟି କାଉନସିଲ ସଦସ୍ୟ ଡେଭନ ରିଜ୍ ଫେସବୁକରେ ଏହି ଦୁଃଖଦ ଘଟଣା ଉପରେ ବକ୍ତବ୍ୟ ରଖିଥିଲେ, ଜୀବନହାନି ଉପରେ ଦୁଃଖ ପ୍ରକାଶ କରିଛନ୍ତି ।