ମାଞ୍ଚେଷ୍ଟରରେ ଚମତ୍କାର କଲା ଟିମ୍ ଇଣ୍ଡିଆ। ମ୍ୟାଚକୁ ଡ୍ର ରଖିବାରେ ଟିମ୍ ସଫଳ ହୋଇଛି
1 min read
ନନ୍ଦିଘୋଷ ବ୍ୟୁରୋ : ମାଞ୍ଚେଷ୍ଟରରେ ଚମତ୍କାର କଲା ଟିମ୍ ଇଣ୍ଡିଆ। ମ୍ୟାଚକୁ ଡ୍ର ରଖିବାରେ ଟିମ୍ ସଫଳ ହୋଇଛି। ପ୍ରାୟ ଦେଢ ଦିନ ଧରି ବ୍ୟାଟିଂ କରି ମ୍ୟାଚକୁ ଡ୍ର ରଖିପାରିଛନ୍ତି ଟିମ୍ ଇଣ୍ଡିଆର ବ୍ୟାଟର୍। ଚତୁର୍ଥ ଇନିଂସରେ ଗିଲ୍, ସୁନ୍ଦର ଓ ଜାଡେଜା ସେଞ୍ଚୁରି କରିଥିବା ବେଳେ ରାହୁଲ ମଧ୍ୟ ଶତକ ପାଖାପାଖି ପହଞ୍ଚିଥିଲେ। ତେବେ ପଞ୍ଚମ ଦିନ ସାରା ବ୍ୟାଟିଂ କରି ଦଳକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି ସୁନ୍ଦର ଓ ଜାଡେଜା। ଗିଲ୍ ୨୩୮ ବଲରୁ ୧୦୩ ରନ୍, ସୁନ୍ଦର ୨୦୬ ବଲରୁ ନଟଆଉଟ୍ ୧୦୧ ରନ୍, ଜାଦେଜା ୧୮୫ ବଲରୁ ୧୦୭ ରନ୍, ରାହୁଲ ୨୩୦ ବଲ ରୁ ୯୦ ରନ କରିଛନ୍ତି। ଭାରତ ପ୍ରଥମ ଇନିଂସରେ ୩୫୮ ରନ୍ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ କରିଥିଲା ୬୬୯ ରନ୍। ଭାରତ ଦ୍ଵିତୀୟ ଇନିଂସରେ ୪ ୱିକେଟ ହରାଇ କରିଥିଲା ୪୨୫ ରନ୍। ୧୪୧ ରନ୍ ଓ ୬ଟି ୱିକେଟ ହାସଲ କରିଥିବା ଇଂଲଣ୍ଡର କ୍ୟାପଟେନ ବେନ୍ ଷ୍ଟୋକ୍ସ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି। ଜୁଲାଇ ୩୧ରୁ ଓଭାଲରେ ଆରମ୍ଭ ହେବ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ। ଏବେ ୨-୧ରେ ସିରିଜ ଲିଡ୍ କରୁଛି ଇଂଲଣ୍ଡ।