୭ ଜଣଙ୍କୁ ଅଙ୍ଗଦାନ କରି ନୂଆ ଜୀବନ ଦେଲେ ସୁରେଶ

ନନ୍ଦିଘୋଷ ବ୍ୟୁରୋ: ଦାରିଦ୍ରର କସା ଘାତରେ ଋଣଗ୍ରସ୍ତ ହୋଇ ଥିବା ପରିବାର ମୁଣ୍ଡରୁ ଚିନ୍ତା ଦୂର କରିବା ପାଇଁ ବାଙ୍ଗଲୋର ଯାଇଥିଲେ ପୁଅ । ହେଲେ ଏବେ ଗାଁକୁ ଫେରିଛି ମୃତଦେହ । ନିଜେ ଆରପାରିକୁ ଚାଲିଯାଇଛନ୍ତି, କିନ୍ତୁ ଦେଇଯାଇଛନ୍ତି ୭ ଜଣଙ୍କୁ ଜୀବନ ଦାନ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସାନ ଖୋଲି ଗାଁର ୨୦ ବର୍ଷୀୟ ଯୁବକ ସୁରେଶ ପଟ୍ଟନାୟକ ବାଙ୍ଗଲୋରେ ଗାଡି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ  । ଏଥିରେ ସେ କୋମାକୁ ଚାଲିଯାଇଥିଲେ । ଡାକ୍ତର ତାଙ୍କ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ହେଲେ ତାଙ୍କ ଶେଷ ଇଛା ଅନୁଯାୟୀ ତାଙ୍କ ଶରୀରର ୭ଟି ଅଙ୍ଗକୁ ୭ ଜଣ ରୋଗୀଙ୍କୁ ଦାନ କରାଯାଇଛି । ସାନ ଖୋଲି ଗାଁର ଅଶୋକ ପଟ୍ଟନାୟକଙ୍କ ଦୁଇ ଯାଆଁଳା ସନ୍ତାନ  ରିତେଶ ପଟ୍ଟନାୟକ ଓ ସୁରେଶ ।  ସ୍ତ୍ରୀକୁ ମିଶାଇ ଚାରି ପ୍ରାଣୀ କୁଟୁମ୍ବ । ଗରିବ ଖଟି ଖିଆ ଅଶୋକ ଦିନ ମଜୁରିଆ ଭାବେ କାମ କରନ୍ତି । ଦୁଇ ପୁଅ ବଡ଼ ହେବା ସାଙ୍ଗକୁ ସେମାନଙ୍କ ପାଠ ପଢା ଓ ଘର ଚଳିବା ପାଇଁ ଖର୍ଚ୍ଚ ଅଶୋକଙ୍କ ପାଇଁ ଚିନ୍ତା ବଢାଇଥିଲା ।

ଦୁଇ ପୁଅ ବାପାଙ୍କ ଏ ଅସହାୟ ପାଇଁ ପାଠ ଛାଡି କାମ କରିବାକୁ ବାଙ୍ଗାଳୁରୁ ଯିବାକୁ ବାଧ୍ୟ ହୋଇ ଥିଲେ । ବଡ଼ ପୁଅ ବମ୍ବେରେ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ସାନ ପୁଅ ସୁରେଶ ଏକ କମ୍ପାନୀ ରେ କାମ କରୁଥିଲେ । ବାପା ମଧ୍ୟ  ସୁରଥ ରେ ଉପାର୍ଜନ କରିବା କୁ ଯାଇଥିଲେ । କିନ୍ତୁ ଦୁଭାଗ୍ୟର ବିଷୟ ଏହି ପରିବାର ଉପରେ ବିପଦ ର କଳା ବାଦଲ ଘୋଟି ଆସିଥିଲା । ଏକ ସଡ଼କ ଦୁର୍ଘଟଣାରେ ସୁରେଶ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିଲେ । ପରେ ପରେ ଦୁଇଟି ହସ୍ପିଟାଲ ଚେଞ୍ଜ ପରେ ବ୍ରେନ ଡେଡ ଘୋଷଣା କରିଥିଲେ ଡାକ୍ତର ।  ବେଙ୍ଗାଳୁରୁ ଏସ.କେ.ନାମକ ସ୍ୱଛାସେବୀ ସଂଗଠନ ସୁରେଶଙ୍କ ହସ୍ପିଟାଲରେ ଦେଖାଶୁଣା କରୁଥିଲେ । ସେଠାରେ ସୁରେଶଙ୍କ ଶେଷଇଚ୍ଛା ଅନୁଯାଇ କିଡ଼ନୀ, ଲିଭର, ଲନ୍ସ, ହାର୍ଟ ଭଳି ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ଦାନ କରାଯାଇଥିଲା । ତାଙ୍କ ଲିଭର ଟି ସଙ୍ଗେ ସଙ୍ଗେ ଜଣେ ଦଶ ବର୍ଷ ବାଳକର ଅଙ୍ଗରେ ପ୍ରତି ରୋପଣ କରାଯାଇଥିଲା । ଏଭଳି ମହାନ କାର୍ଯ୍ୟ ପାଇଁ ମୁର୍ତ୍ତୃ  ସୁରେଶ ଲୋକଙ୍କ ମନରେ କେବଳ ମହାନ ନୁହେଁ ଅମର ହୋଇ ରହିଯାଇଛନ୍ତି ।