ଫ୍ଲିଣ୍ଟଫଙ୍କ ଏହି ଗୋଟିଏ ଭୁଲ୍, ଭାରତୀୟ ପ୍ରଶଂସକମାନେ କରୁଥିଲେ ଘୃଣା
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତ ଏବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଥିବାବେଳେ ଆସନ୍ତାବର୍ଷ ଜାନୁଆରୀରେ ଇଂଲଣ୍ଡ ଭାରତ ଗସ୍ତରେ ଆସିବ । ଦିନିକିଆ ଏବଂ ଟି-୨୦ ଖେଳିବା ପାଇଁ ଗସ୍ତରେ ଆସିବ । ତେବେ ଉଭୟ ଦେଶ ମଧ୍ୟରେ ଯେତେବେଳେ ଖେଳ ହୁଏ ସେତେବେଳେ କିଛି କଥା ଏବଂ ଖେଳ ସମୟର କିଛି ଭୁଲ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଭାରତ-ଇଂଲଣ୍ଡ ମ୍ୟାଚର ବିବାଦୀୟ କଥା ଯଦି କହିବା ତାହେଲେ ଫ୍ଲିଣ୍ଟଫ ସବୁବେଳେ ଭାରତୀୟ ଦଳକୁ ଟାର୍ଗେଟ କରିଥାନ୍ତି । ସେ ଯୁବରାଜଙ୍କୁ ଚିଡ଼ାଇବା ହେଉ କିମ୍ବା ଭାରତରେ ଜର୍ସି ଖୋଲିବା । ସବୁବେଳେ ଭାରତ ସହ ମ୍ୟାଚ ସମୟରେ ଚର୍ଚ୍ଚାରେ ରହିଥାନ୍ତି ।
ଭାରତ ଓ୍ବାଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏକ ମ୍ୟାଚର ଶେଷ ଓଭର ବୋଲିଂ କରିଥିଲେ ଫ୍ଲିଣ୍ଟଫ । ଆଉ ଏହି ମ୍ୟାଚକୁ ସେ ଜିତାଇବା ପରେ ଜର୍ସି ଖୋଲି ବିଜୟର ଉତ୍ସାହ ମନାଇଥିଲେ । ୨୦୦୨ ମସିହାରେ ଏହି ଘଟଣାଟି ଘଟିଥିବାବେଳେ ସୌରଭ ଗାଙ୍ଗୁଲି ଏହାର ଜବାବ ଦେଇଥିଲେ । ଲର୍ଡରେ ଭାରତର ବିଜୟ ପରେ ବାଲକୋନୀରେ ସେ ମଧ୍ୟ ସମାନ ଢ଼ଙ୍ଗରେ ଜର୍ସି ଖୋଲି ଖୁସି ମନାଇଥିଲେ ଏବଂ ଉଚିତ୍ ଜବାବ ଦେଇଥିଲେ । ସେପଟେ ୨୦୦୭ ଟି-୨୦ ବିଶ୍ବକପରେ ଯୁବରାଜଙ୍କୁ ଦେଇଥିବା ଖରାପ ମନ୍ତବ୍ୟର ଉତ୍ତର ମଧ୍ୟ ସେ ରଖିଥିଲେ । ଇଂଲଣ୍ଡର ବୋଲରଙ୍କୁ ୬ ବଲରୁ ୬ ଛକା ମାରି ଇତିହାସ ରଚିଥିଲେ । ତେବେ ସବୁବେଳେ ଭାରତ ବିପକ୍ଷ ମ୍ୟାଚରେ ଏଭଳି ବ୍ୟବହାର ଜାରି ରଖୁଥିବା ଫ୍ଲିଣ୍ଟଫଙ୍କୁ ଭାରତୀୟ ପ୍ରଂଶସକମାନେ ଭଲ ପାଇନଥାନ୍ତି ।