ବେଙ୍ଗାଲୁରୁରେ ଜଘନ୍ୟ କାଣ୍ଡ, ସ୍ତ୍ରୀର ମୁଣ୍ଡ କାଟିଦେଲା ସ୍ଵାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜଘନ୍ୟ କାଣ୍ଡ। ସାମନାକୁ ଆସିଛି ଭୟଙ୍କର ଘଟଣା। ପରରକୀୟ ପ୍ରୀତିରୁ ସ୍ତ୍ରୀର ମୁଣ୍ଡ କାଟି ଆଣି ଥାନରେ ହାଜର ସ୍ଵାମୀ। ଆଙ୍କେଲ ଅଞ୍ଚଳରେ ରହୁଥିବା ଜଣେ ୨୮ ବର୍ଷୀୟ ଯୁବକ ସ୍ତ୍ରୀକୁ  ନିର୍ମମ ଭାବରେ ହତ୍ୟା କରି ତାଙ୍କ ମୁଣ୍ଡ କାଟି ଦେଇଥିଲେ। କେବଳ ଏତିକି ନୁହେଁ, ସେ କଟା ମୁଣ୍ଡ ସହିତ ପୋଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଅଭିଯୁକ୍ତ ଜଣକ ହେଉଛନ୍ତି ଶଙ୍କର। ପତ୍ନୀ ମନସାର  ପ୍ରେମ ସମ୍ପର୍କକୁ ନେଇ ବିବାଦ ପରେ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ। ଶଙ୍କର ଏବଂ ମନସା କିଛି ସମୟ ପୂର୍ବରୁ ନିକଟ ଏକ ଗାଁରେ ଏକ ଭଡା ଘରେ ରହିବାକୁ ଆସିଥିଲେ। ଶଙ୍କର ନିକଟସ୍ଥ ଏକ ସ୍ଥାନରେ କାମ କରୁଥିଲେ। ଗତ ୩ ତାରିଖ  ରାତିରେ ସେ କାମକୁ ଯାଇ ମନସାକୁ କହିଥିଲେ ଯେ ସେ ସକାଳ ସୁଦ୍ଧା ଫେରିବେ। କିନ୍ତୁ, ସେହି ଦିନ ସେ ଶୀଘ୍ର କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ମନସାକୁ ଅନ୍ୟ ଜଣେ ପୁରୁଷ ସହିତ ଦେଖିବାକୁ ପାଇଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଡ଼ ଝଗଡ଼ା ହୋଇଥିଲା। ସେଠାରୁ ମନସା ଘର ଛାଡି ଚାଲିଯାଇଥିଲେ। ମନସା ବାରମ୍ବାର ଘରକୁ ଆସୁଥିଲା ଏବଂ ଶଙ୍କରଙ୍କ ସହ ହଇରାଣ ଏବଂ ଝଗଡା କରୁଥିଲା। ମନସାଙ୍କ ହତ୍ୟା ରାତିରେ ମଧ୍ୟ ଘରକୁ ଫେରି ଶଙ୍କରଙ୍କ ସହ ପ୍ରବଳ ଝଗଡା କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହଙ୍ଗାମା ହୋଇଥିଲା। ଏହାକୁ ନେଇ ଶଙ୍କର ପତ୍ନୀ ମନସାର ମୁଣ୍ଡରୁ ଶରୀରରୁ ଅଲଗା କରି କଟା ମୁଣ୍ଡ ସହିତ ସୂର୍ଯ୍ୟନଗର ପୋଲିସ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ତେବେ ଶଙ୍କର ସ୍ତ୍ରୀ ମନସାକୁ ପିଟିପିଟି ହତ୍ୟା କରିଥିବା କହିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।