କ୍ୟାପିଟାଲ ହସ୍ପିଟାଲ ପାଇଁ ଆସିଲା କୋଭିଡ ମାର୍ଗଦର୍ଶିକା, ହେଲା ଅକ୍ସିଜେନ ମକ୍ ଡ୍ରିଲ୍

ନନ୍ଦିଘୋଷ ବ୍ୟୁରୋ: ଦେଶରେ କୋଭିଟ ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏମିତି ସ୍ଥିତିରେ ଓଡ଼ିଶା ମଧ୍ୟ କୋଭିଡକୁ ନେଇ ସଜାଗ ରହିଛି । ଏହି କ୍ରମରେ କ୍ୟାପିଟାଲ ହସ୍ପିଟାଲ ପାଇଁ ଆସିଛି କୋଭିଡ ମାର୍ଗଦର୍ଶିକା ।
ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ଧନଞ୍ଜୟ ଦାସ । ସେ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲ ପାଇଁ କେଭିଡ ମାର୍ଗଦର୍ଶିକା ଆସିଛି । ଅକ୍ସିଜେନ ମକ ଡ୍ରିଲ ହୋଇଛି । ସ୍ୱତନ୍ତ୍ର ବେଡ ମହଜୁଦ ରଖାଯାଇଛି । ଟେଷ୍ଟିଙ୍ଗ ବ୍ୟବସ୍ଥା ବି ଚାଲିଛି । ଯାହା ପୁରୁଣା ନିୟମ ଥିଲା ତାହା ଅନୁପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର ଧନଞ୍ଜୟ ଦାସ ।
ସେ କହିଛନ୍ତି, ଆବଶ୍ୟକ ପଡିଲେ ମାସ୍କ ପିନ୍ଧନ୍ତୁ । ଏହି ଭୂତାଣୁ ଏତେ ମାରାତ୍ମକ ନୁହେଁ, ହେଲେ ସୁସ୍ଥ ହେବାକୁ ଟିକେ ବିଳମ୍ବ ହେଉଛି । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଦାସ ।