କୋଇଲା ଖଣି ତଦନ୍ତ ଆଳରେ ମାଫିଆଙ୍କୁ ଘଣ୍ଟ ଘୋଡ଼ାଇବାକୁ ଯୋଜନା

ସୁନ୍ଦରଗଡ଼: କୋଇଲା ମାଫିଆଙ୍କୁ ଘଣ୍ଟ ଘୋଡାଇବାକୁ ତଦନ୍ତ ଆଳ ଦେଖାଉଛନ୍ତି ସରକାର। ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ଓ କଂଗ୍ରେସ ନେତା ନିର୍ମଳ ନାୟକ। କହିଛନ୍ତି, କେବଳ ତଦନ୍ତ ପରେ ତଦନ୍ତ ଚାଲିଛି। କେବଳ ତଦନ୍ତରେ ସୀମିତ ରଖି ମାଫିଆଙ୍କୁ ଘଣ୍ଟ ଘୋଡାଇବାକୁ ତଦନ୍ତ ଆଳ ଦେଖାଉଛନ୍ତି ସରକାର। କୋଇଲା ଦୁର୍ନୀତିର ତଦନ୍ତ ଭିଜିଲାନ୍ସ କରିବା ସହ ଏସଆଇଟି ଗଠନ ନେଇ ସରକାରଙ୍କ ସୂଚନା ପରେ ଏ ପ୍ରତିକ୍ରିୟା ପାଇଛି।

ଗଣମାଧ୍ୟମ ଦ୍ବାରା କୋଇଲା ଖଣି ଲୁଟ ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ ତଦନ୍ତ କରିଛି। ଖୋଦ ଖଣି ଏବଂ ଜଙ୍ଗଲ ମନ୍ତ୍ରୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହେଲେ ମନ୍ତ୍ରୀ ଆସିବାର ମାସକ ପରେ ଏବେ ପୁଣି ଭିଜିଲାନ୍ସ ଏସଆଇଟି ତଦନ୍ତ କରିବ। କେବଳ ତଦନ୍ତରେ ସୀମିତ ରଖିବାକୁ ଯୋଜନା ବୋଲି ଅଭିଯୋଗ କରିଛନ୍ତି। ନଚେତ ସିବିଆଇ ତଦନ୍ତ କଲେ ପ୍ରକୃତ ଚୋର ଧରପଡିବ ବୋଲି କହିଛନ୍ତି ଉଭୟ ନେତା।