କଂଗ୍ରେସ ଧାରଣାକୁ ଆସିଲେନି ବରିଷ୍ଠ ନେତା

ଭୁବନେଶ୍ବର : ଓବିସି ସଂରକ୍ଷଣ ଦାବି ନେଇ ଦିବାରାତ୍ର ଧାରଣାରେ କଂଗ୍ରେସ । ହେଲେ ଧାରଣାସ୍ଥଳରେ କୌଣସି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିନି । କେବଳ ପିସିସି ସଭାପତି ଭକ୍ତ ଦାସ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଅମର ପ୍ରଧାନ, ରାମଚନ୍ଦ୍ର ଖୁଣ୍ଟିଆ ଓ ଶରତ ରାଉତଙ୍କ ଭଳି କିଛି ନେତାଙ୍କୁ ଛାଡି ଦେଲେ ଅନ୍ୟ କେହି ନଥିଲେ । ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ତାରା ବାହିନୀପତି, ନିରଂଜନ ପଟ୍ଟନାୟକ ଭଳି ନେତାମାନେ ବି  ଅନୁପସ୍ଥିତ ଥିଲେ । ଏହାକୁ ନେଇ ଦଳ ଭିତରେ ଏବେ ପ୍ରବଳ ଘଣ୍ଟାଚକଟା ଆରମ୍ଭ ହୋଇଛି । ଏହି ଅନ୍ଦୋଳନରେ କେବଳ ଓବିସି ନେତାମାନେ ଯୋଗଦେବେ ବୋଲି ପିସିସି କହିଥିବା ଆଲୋଚନା ହେଉଛି । ଯେଉଁଥିପାଇଁ ଅନ୍ୟ ନେତାମାନେ ଯୋଗଦେଇନଥିବା କୁହାଯାଉଛି । କିନ୍ତୁ ଓବିସି ସଂପର୍କରେ ବରାବର କହିଆସିଥିବା ଶ୍ରୀକାନ୍ତ ଜେନା ଧାରଣାସ୍ଥଳକୁ ନଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପିସିସି ସଭାପତି ଆସନ୍ତାକାଲି ଏକ ଜରୁରୀ ବୈଠକ କଂଗ୍ରେସ ଭବନରେ ଡାକିଥିବା ସୂଚନା ରହିଛି ।