ନିରଜ ଚୋପ୍ରାଙ୍କ ନୂଆ ରେକର୍ଡ; ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି କଲେ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ : ନିରଜ ଚୋପ୍ରାଙ୍କ ନୂଆ ରେକର୍ଡ । ଜାଭେଲିନ ଥ୍ରୋରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତି ନିଜ ନାମରେ ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ନିରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗରେ ୯୦ ଦଶମିକ ୨୩ ମିଟର ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ତୃତୀୟ ଏସୀୟ ଖେଳାଳି ହୋଇଛନ୍ତି ନିରଜ ଚୋପ୍ରା ।

ଆଇଏଏନଏସ ରିପୋର୍ଟ ଅନୁସାରେ, ନିରଜ ତାଙ୍କର ତୃତୀୟ ପ୍ରୟାସରେ ୯୦ ଦଶମିକ ୨୩ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ନୀରଜ ଏହି ସଫଳତା ହାସଲ କରିବାରେ ବିଶ୍ୱର ୨୫ତମ ଖେଳାଳି ହୋଇଥିବା ବେଳେ ତୃତୀୟ ଏସୀୟ ଖେଳାଳି ହୋଇଛନ୍ତି । ନିରଜ ଚୋପ୍ରା ତାଙ୍କ କ୍ୟାରିୟରର ସର୍ବୋତ୍ତମ ସ୍କୋର କରିଛନ୍ତି । ତଥାପି ଏହି ଭାରତୀୟ ଖେଳାଳି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ।

ଜର୍ମାନୀର ଜୁଲିଆନ୍ ୱେବର ୯୧.୦୬ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଏହି ଲିଗ୍‌ର ଶ୍ରେଷ୍ଠ ସ୍କୋର କରିଥିଲେ। ଏହି ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଆଉ ଜଣେ ଭାରତୀୟ ଖେଳାଳି କିଶୋର ଜେନା ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । କିଶୋର ୭୮ ଦଶମିକ ୬୦ ମିଟରର ଦୂର ଜାଭେଲିନ୍ ଫିଙ୍ଗି ତାଙ୍କର ସର୍ବୋତ୍ତମ ସ୍କୋର କରିଛନ୍ତି ।