PRI ସଦସ୍ୟଙ୍କ ପ୍ରତି ସରକାରଙ୍କ ସମ୍ମାନ ନାହିଁ : ବିଜେଡି

ଭୁବନେଶ୍ବର : ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଶ୍ଚିତକୋଇଲି ଅନାସ୍ଥାକୁ ନେଇ ବର୍ଷିଲେ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ୨୦୨୪ ନିର୍ବାଚନ ପରେ କ୍ରମାଗତ ଭାବେ ବିଜେପି ସରକାର ଏବଂ ଅନ୍ୟ କିଛି ଗୋଷ୍ଠୀ ବି ଗଣତନ୍ତ୍ରର ପ୍ରକ୍ରିୟାକୁ ସମ୍ମାନ କରୁନାହାନ୍ତି । ଯେଉଁ ପଂଚାୟତିରାଜ ବ୍ୟବସ୍ଥା ସେମାନଙ୍କୁ ସୁହାଉ ନାହିଁ, ଭାଙ୍ଗିବାକୁ ଚେଷ୍ଟା ସହ ଧମକ ଦିଆଯାଉଛି । ତାକୁ ଭାଙ୍ଗି ବିଜେପି ସମର୍ଥନ ବି ସ୍ୱାଧୀନରେ ଅଧ୍ୟକ୍ଷ ବସାଇବାକୁ ଚାହୁଁଛନ୍ତି । କୁକୁଡାଖଣ୍ଡିରେ କଲେ, ଏବେ ନିଶ୍ଚିନ୍ତକୋଇଲିରେ ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନଙ୍କ ସମର୍ଥିତ ପିଆରଆଇ ସଦସ୍ୟ ୧୩ ତାରିଖରେ ଅନାସ୍ଥା ଆଣିଥିଲେ । ହେଲେ ଏହା ଦିନକୁ ପୂର୍ବରୁ ଅନାସ୍ଥା ଆଣିଥିବା ନେତା ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଗଲେ । ଏଥିରୁ ସ୍ପଷ୍ଟ ହେଲା ଯେ ଅନାସ୍ଥା କାଟ ଖାଇଥାନ୍ତା । ସେହି ଭୟରେ ଏହା କଲେ । ନିର୍ବାଚନ ଅଧିକାରୀ ବି ଛୁଟିରେ ରହିଲେ । ଶାରଦା ପ୍ରଧାନଙ୍କ ଚାପରେ ସେ ଛୁଟିରେ ରହିଲେ ଯେପରି ଅନାସ୍ଥା ନ ଆସି ପାରିବ । ଏହାର ମଧ୍ୟ ତଦନ୍ତ ହେଉ । ପିଆରଆଇ ସଦସ୍ୟଙ୍କୁ କି ରୋଗ ହୋଇଥିଲା, ମେଡିକାଲ ବୋର୍ଡ ଯାଞ୍ଚ କରୁ । ଯେଉଁମାନେ ଗଣତନ୍ତ୍ର ସହ ଖେଳୁଛନ୍ତି, ସେମାନଙ୍କୁ ଦୃଢ ଶିକ୍ଷା ଦିଆଯାଉ ନିର୍ବାଚନ ଅଧିକାରୀଙ୍କ ଦାୟିତ୍ୱ ନିର୍ବାଚନ କରିବା, ହେଲେ ନିର୍ବାଚନ ପୂର୍ବ ଦିନ କେମିତି ଛୁଟିରେ ଗଲେ? ଅନ୍ୟ ନିର୍ବାଚନ ଅଧିକାରୀ ବି ଛୁଟିରେ ଗଲେ । ଅନାସ୍ଥା ହାରିବା ଭୟରେ ଏହା କରାଗଲା । ଯେଉଁ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆସିଲା, ସେଠି ଶାରଦା ପ୍ରଧାନଙ୍କ ସମର୍ଥକ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଦୁଇଟି ଏଫଆଇଆର ହୋଇଛି । ତଦନ୍ତ ହେଉ । ଭୋଟିଙ୍ଗ ଯେବେ ହୋଇ ପାରିଲା ନାହିଁ, ଉପଜିଲ୍ଲାପାଳଙ୍କ ପକ୍ଷରୁ ଚିଠି ଆସିଲା ଯେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହା ସ୍ଥଗିତ ରହିଲା । ହେଲେ ଥରେ ତାରିଖ ମିଳିଲେ, ଆଉ ନୂଆ ତାରିଖ ଦିଆଯାଇ ପାରିବ ନାହିଁ । ଏହା ସରକାରୀ ମାନୁଆଲରେ ଅଛି । କେଉଁ ଆଇନ ବଳରେ ଆଉ ଏକ ତାରିଖ ଦିଆଗଲା । କୁକୁଡାଖଣ୍ଡିରେ ବି ତିନି ଥର ନୁଆ ତାରିଖ କେଉଁ ଆଧାରରେ ଦିଆଯାଉଛି । ମୋହନ ସରକାରରେ ଲୋକ ପ୍ରତିନଧୀଙ୍କ କୌଣସି ସମ୍ମାନ ନାହିଁ । ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ । ଆଇଆରଆଇ ସଦସ୍ୟଙ୍କୁ ସୁରକ୍ଷା ଦିଆଯାଉ । ଧମକାଇ ଥିବା ଲୋକଙ୍କୁ ଗିରଫ କରାଯାଉ ।