ମହିଳା ଡ୍ୟାନ୍ସରଙ୍କ ସହ ନେତାଙ୍କ ଭିଡିଓ ହେଲା ଭାଇରାଲ

ନନ୍ଦିଘୋଷ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ ଦେଖାଯାଉଥିବା ଜଣେ ବିଜେପି ନେତା ଅର୍କ୍ରେଷ୍ଠା ଗର୍ଲ ସହ ଅଶ୍ଳୀଳ କାର୍ଯ୍ୟ କରୁଥିବାର ନଜର ଆସିଛନ୍ତି । ଭାଇରଲ ଭିଡିଓକୁ ନେଇ ବିଜେପି ନେତା ଜଣଙ୍କ ତାଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଥିବା କହିଛନ୍ତି । ଏଥିପାଇଁ ସେ ନିଜ ଦଳର ନେତାଙ୍କୁ ଦାୟୀ କରିଛନ୍ତି । ବିରୋଧୀ ଦଳ ମଧ୍ୟ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ।
ସମାଜବାଦୀ ପାର୍ଟି ନେତା ଏବଂ ଏସପି ରାଜ୍ୟ ଉପସଭାପତି ପଙ୍କଜ ରାଜଭରଙ୍କ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଭିଡିଓରେ, ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର ରାସରା ଆସନରୁ ପୂର୍ବତନ ବିଜେପି ବିଧାନସଭା ପ୍ରାର୍ଥୀ ବବର ସିଂହ ରଘୁବଂଶୀ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖାଯାଇଛନ୍ତି। ଭିଡିଓରୁ ଜଣାପଡୁଛି ଏହା ସାର୍ବଜନିନ କାର୍ଯ୍ୟକ୍ରମ ଥିଲା । ଏହି ସମୟରେ ଅନେକ ଲୋକ ଉପସ୍ଥିତ ଥିଲେ ।
ଭାଇରାଲ ଭିଡିଓରେ, ଜଣେ ମହିଳା ବବନ ସିଂହ ରଘୁବଂଶୀଙ୍କ କୋଳରେ ବସିଥିବାର ଦେଖାଯାଉଛି, ଯେଉଁ ସମୟରେ ସେ ତାଙ୍କୁ ସ୍ପର୍ଶ କରିବା ସହ ଚୁମ୍ବନ ମଧ୍ୟ ଦେଉଛନ୍ତି। ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ସେମାନଙ୍କୁ ଦେଖୁଛନ୍ତି। ବବନ ସିଂହ ତାଙ୍କ ଅଞ୍ଚଳର ଜଣେ ଧନୀ ବ୍ୟକ୍ତି ଓ ସେ ରାସରା ଚିନି କଳର ଅଧ୍ୟକ୍ଷ ମଧ୍ୟ।
ଭିଡିଓକୁ ନେଇ ବିରୋଧୀ ନେତାମାନଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପଙ୍କଜ ରାଜଭର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ କ୍ଲିପ୍ ପୋଷ୍ଟ କରି ବିଜେପି ନେତାଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଖୋଲାଖୋଲି ଭାବରେ ଜଣେ ମହିଳାଙ୍କୁ ସେ ତାଙ୍କ ଉପରେ ବସାଇ ନାଚାଉଛନ୍ତି। ବିଜେପି ନେତାଙ୍କ ଚରିତ୍ର ଦେଖନ୍ତୁ। ଯେଉଁମାନେ ଦିନରାତି ନୀତି ଓ ସଂସ୍କୃତି ଉପରେ ବକ୍ତୃତା ଦିଅନ୍ତି, ବାସ୍ତବରେ ଏହା ସେମାନଙ୍କର ପ୍ରକୃତ ଚେହେରା। ସମାଜ ଏପରି କପଟୀ ଓ ଦୁଇମୁଖୀ ଲୋକଙ୍କ ଠାରୁ ସତର୍କ ରହିବା ଉଚିତ।
କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି ଓ ଏହାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି। ସେ ଏହି କାର୍ଯ୍ୟକୁ ମହିଳାଙ୍କ ସମ୍ମାନ ଉପରେ ବିଜେପିର ସାର୍ବଜନୀନ ଦୃଷ୍ଟିକୋଣଠାରୁ ଭିନ୍ନ ବୋଲି ବର୍ଣ୍ଣନା କରିଥିଲେ। କିନ୍ତୁ ପରେ ସେ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ।
ଅନ୍ୟପକ୍ଷରେ, ଭିଡିଓଟି ଭାଇରାଲ ହେବା ପରେ, ୧୯୯୩ ମସିହାର ୟୁପି ବିଧାନସଭା ନିର୍ବାଚନ ଲଢ଼ିଥିବା ଓ ବର୍ତ୍ତମାନ ରାସରା ଚିନି କଳର ଅଧ୍ୟକ୍ଷ ଥିବା ବବନ ସିଂହ ଗଣମାଧ୍ୟମକୁ କହିଛନ୍ତି, ଭାଇରାଲ ଭିଡିଓଟି ବିହାରର ଏକ ବିବାହ ଉତ୍ସବ ସମୟରେ ରେକର୍ଡ କରାଯାଇଥିଲା। ସେ ୨୦୨୨ ମସିହାରେ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିଥିଲେ।
ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ବିଧାୟକ କେତକି ସିଂହ ଓ ତାଙ୍କ ସ୍ୱାମୀ ତାଙ୍କୁ ବଦନାମ କରିବା ପାଇଁ ଭିଡିଓଟି ଭାଇରାଲ କରିଛନ୍ତି। ସେ ହିଁ ଏହି ଭିଡିଓଟି ତିଆରି କରିଛନ୍ତି। କେତକି ସିଂହ ବିଜେପିର ଜଣେ ବିଧାୟକ। ସେ ଏହା ମଧ୍ୟ କହିଛନ୍ତି ଯେ ଜିଲ୍ଲା ସଭାପତି ନିର୍ବାଚନକୁ ନେଇ ବିବାଦ ରହିଛି। ବବନ ସିଂହ ନିଜର ପକ୍ଷ ରଖି କହିଥିଲେ ଯେ ତାଙ୍କର ବୟସ ୭୦ ବର୍ଷ ଓ ସେ ଏପରି କାମ କରିବାକୁ ଅକ୍ଷମ। ସେ ଏହି ଭିଡିଓକୁ ନକଲି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏପରି ଭିଡିଓ କିଏ ତିଆରି କରିଛି ସେ ଜାଣିନାହାଁନ୍ତି।