ଭାରତ-ପାକିସ୍ତାନ ଉତ୍ତେଜନା ; ୮ ସହରକୁ ସାମୟିକ ଭାବେ ଉଡ଼ାଣ ବନ୍ଦ କଲେ ଦୁଇ ଏୟାରଲାଇନ୍ସ କମ୍ପାନୀ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ୮ ସହରକୁ ସାମୟିକ ଭାବେ ଉଡ଼ାଣ ବନ୍ଦ କଲେ ଦୁଇ ଏୟାରଲାଇନ୍ସ କମ୍ପାନୀ । ଶ୍ରୀନଗର, ଜମ୍ମୁ ସମେତ ଆଉ ୬ ସହରକୁ ଉଡାଣ ବାତିଲ କରିଛନ୍ତି । ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ଉଡାଣ ବାତିଲ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଉତ୍ତେଜନା ମଧ୍ୟରେ ସୁରକ୍ଷା ଦୃଷ୍ଟିରୁ ବିମାନ କମ୍ପାନୀଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି, ଚଣ୍ଡିଗଡ଼ ଏବଂ ରାଜକୋଟ ସମେତ କିଛି ସହରକୁ ବିମାନ ଉଡ଼ାଣ ବାତିଲ କରାଯାଇଥିବା କହିଛି ଇଣ୍ଡିଗୋ ଏୟାରଲାଇନ୍ସ । ଏୟାର ଇଣ୍ଡିଆ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ବିମାନ ବାତିଲ ସମ୍ପର୍କରେ ଅପଡେଟ୍ ଦେଇଛି ।

ବର୍ତ୍ତମାନର ସ୍ଥିତିକୁ ନେଇ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ବିମାନ କମ୍ପାନୀ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢିଥିବା ଉତ୍ତେଜନା ମଧ୍ୟରେ ସାମୟିକ ଭାବରେ ବନ୍ଦ ରହିବା ପରେ ଗତକାଲି ସରକାର ଏୟାରପୋର୍ଟ ଗୁଡିକୁ ପୁଣି ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ଗତ ୨୨ ଏପ୍ରିଲରେ ଜାମ୍ମୁ-କାଶ୍ମୀର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା।୨୬ ଜଣଙ୍କ ମୃତ୍ୟୁ ଘଟିଥିବା ଏହି ଆକ୍ରମଣରେ ପାକିସ୍ତାନ ଲିଙ୍କ୍ ପାଇବା ପରେ ଭାରତ ଗତ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଉତ୍ତେଜନା ଥମିଥିବାବେଳେ ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।