କିଛି ଅସୁବିଧା ଅଛି କି? ସବୁ ଠିକ୍ ଥାଇ ମଧ୍ୟ କାହିଁକି ଅବସର ଘୋଷଣା କଲେ କିଙ୍ଗ୍ କୋହଲି

1 min read

ନନ୍ଦିଘୋଷ ବ୍ୟୁରୋ: ଫ୍ୟାନ୍ସଙ୍କୁ ଚମକାଇ ଦେଇଛନ୍ତି ବିରାଟ କୋହଲି । ଟେଷ୍ଟ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ଫିଟନେସ ସାଙ୍ଗକୁ ଭଲ ଫର୍ମରେ ରହି ସୁଦ୍ଧା କାହିଁକି ଏଭଳି ବଡ଼ ନିଷ୍ପତ୍ତି ନେଲେ କୋହଲି ? ଏହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଫ୍ୟାନ୍ସଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ କାହିଁକି ଅବସର ନେଲେ ବିରାଟ । ଏବେ କିଛି ଗଡ଼ବଡ଼ ହୋଇଛି କି? ଯେଉଁ କାରଣରୁ ଏଭଳି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । କାରଣ ହଠାତ ରୋହିତ ଆଉ ଏବେ ବିରାଟ । ଇଂଲଣ୍ଡ ଗସ୍ତ ପୂର୍ବରୁ ୩୬ ବର୍ଷୀୟ କୋହଲିଙ୍କ ଅବସର ଘୋଷଣା ଅନେକ ଫ୍ୟାନ୍ସଙ୍କ ମନ ଭାଙ୍ଗି ଦେଇଛି । ସମସ୍ତେ କମେଣ୍ଟରେ ଲେଖୁଛନ୍ତି କି, ଏହି ନିଷ୍ପତ୍ତି ବଦଳାନ୍ତୁ । ତେବେ ୧୦ ହଜାର ଟେଷ୍ଟ ସ୍କୋର କରିବା ପାଇଁ ପୂର୍ବରୁ କୋହଲି କହିଥିଲେ । ଏମିତିକି ଇଂଲଣ୍ଡ ଗସ୍ତରେ ଯିବେ ବୋଲି ମଧ୍ୟ କୁହାଯାଉଥିଲା ।

ତେବେ ଜଣେ ବରିଷ୍ଠ କ୍ରିକେଟର କହିଛନ୍ତି କି, ପୁଣିଥରେ ଟେଷ୍ଟ କ୍ରିକେଟରେ ଅଧିନାୟକ ହେବାକୁ ଚାହୁଁଥିଲେ ବିରାଟ । ମାତ୍ର ଏହାକୁ ବିସିସିଆଇ ପକ୍ଷରୁ ଗ୍ରୀନ ସିଗନାଲ ମିଳୁନଥିଲା । ଯେଉଁ କାରଣରୁ ବିରାଟ ଏଭଳି ଏକ ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏଥିରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର ବିରାଟ-ରୋହିତଙ୍କ ଅବସର ଭାରତୀୟ ଟେଷ୍ଟ କ୍ରିକେଟ ପାଇଁ ବହୁତ କ୍ଷତି ପହଞ୍ଚାଇବ ନିଶ୍ଚୟ । 2୦୨୧-୧୨ ମସିହାରେ ଏଭଳି ବହୁ ସିନିୟର ଖେଳାଳିମାନେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲା ।