ରୋହିତଙ୍କ ପରେ.. ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ବିରାଟ କୋହଲି
1 min read
ନନ୍ଦିଘୋଷ ବ୍ୟୁରୋ: ପୁଣି ଟେଷ୍ଟ କ୍ରିକେଟରେ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା । ରୋହିତ ଶର୍ମାଙ୍କ ପରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି । ପୂର୍ବରୁ ଅବସର ନେବା ନେଇ ଚର୍ଚ୍ଚା ହୋଇଥିବା । ଏଣୁ ସେ ନିଷ୍ପତ୍ତି ବଦଳାଇବେ ବୋଲି ବିସିସିଆଇ ପକ୍ଷରୁ ଆଲୋଚନା ହୋଇଥିଲା । ମାତ୍ର ଏବେ ସେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟି-୨୦ ବିଶ୍ବକପ ପରେ ଟି-୨୦ରୁ ଅବସର ଘୋଷଣା କରିଥିଲେ । ଏବେ ଟେଷ୍ଟରୁ ଅବସର ଘୋଷଣା କରିଥିବାବେଳେ ଆଗାମୀ ଦିନରେ କେବଳ ଦିନିକିଆରେ ଖେଳ ଜାରି ରଖିବେ । ବିରାଟ ଭାରତ ପାଇଁ ୧୨୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତାଙ୍କ ନାମରେ ଅନେକ ରେକର୍ଡ ରହିଥିବାବେଳେ ୨୦୧୧ ମସିହାରେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ କୋହଲି । ବିରାଟ ନିଜର ଶେଷ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ।