ଶୁଭମନ ଗିଲଙ୍କୁ ଅଧିନାୟକ କରିବା ପୂର୍ବରୁ ତାଙ୍କ ରେକର୍ଡ ଦେଖ, ଜାଣନ୍ତୁ କାହିଁକି ଏମିତି କହିଲେ ପୂର୍ବତନ ଚୟନକର୍ତ୍ତା

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ମଝିରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି ରୋହିତ ଶର୍ମା । ତାଙ୍କର ଏଭଳି ହଠାତ ଅବସର ଘୋଷଣା ସମସ୍ତଙ୍କୁ ଚକିତ କରିଛି । ଆଗାମି ଦିନରେ ଭାରତ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବାବେଳେ ଦଳର ଅଧିନାୟକ ପଦ କିଏ ସମ୍ଭାଳିବେ ଏହାକୁ ନେଇ ପ୍ରଶ୍ନବାଜୀ ସୃଷ୍ଟି ହୋଇଛି । ଋଷଭ ପନ୍ତ, ଜଶପ୍ରିତ ବୁମରା ଏବଂ ଶୁଭମନ ଗିଲଙ୍କ ଏହି ରେସରେ ରହିଛି । ତେବେ ଶୁଭମନ ଅଧିନାୟକ ହୁଅନ୍ତୁ ବୋଲି ଅଧିକାଂଶ ପୂର୍ବତନ କ୍ରିକେଟରମାନେ ଦାବି କରିଛନ୍ତି । ତେବେ ଏହାକୁ ନେଇ ପୂର୍ବତନ ଭାରତୀୟ ଦଳର ଚୟନକର୍ତ୍ତା ଏସକେ ପ୍ରସାଦ ଅଗରକରଙ୍କ ଚୟନକର୍ତ୍ତା ଟମୁକ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ।

ସେ କହିଛନ୍ତି କି, ଗିଲଙ୍କୁ ଅଧିନାୟକ କରିବା ପୂର୍ବରୁ ଇଂଲଣ୍ଡରେ ତାଙ୍କ ରେକର୍ଡ କେମିତି ରହିଛି ଏହା ଉପରେ ପ୍ରଥମେ ନଜର ପକାନ୍ତୁ। ଗିଲ ଏବେ ଭଲ ଫର୍ମରେ ରହିଛନ୍ତି । ଯଦି ଅଧିନାୟକ ରହିବେ ତାହେଲେ ତାଙ୍କ ଉପରେ ଚାପ ରହିବ । ଏଣୁ ବୁମରା ଅଧିନାୟକ ହେବା ପାଇଁ ଭଲ ବିକଳ୍ପ ହେବେ । ଆପଣ ଗିଲଙ୍କୁ ଉପଅଧିନାୟକ ଭାବେ ନେଇପାରିବେ । ଏହାପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ବିଦେଶ ମାଟିରେ ବୁମରାଙ୍କ ଅଧିନାୟକତ୍ବରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଏସକେ ପ୍ରସାଦ ଏକ ଇଣ୍ଟରଭିୟ୍ୟୁ ସମୟରେ ଜଣାଇଛନ୍ତି । ତେବେ ବିସିସିଆଇ ଆଗାମୀ ଦିନରେ କଣ ନିଷ୍ପତ୍ତି ନେଉଛି ଏବଂ କାହାକୁ ଅଧିନାୟକ କରୁଛି ତାହା ଉପରେ ରହିଛି ମସସ୍ତଙ୍କ ନଜର ।