ବେଆଇନ କୋଠା ନିର୍ମାତାଙ୍କୁ ଆଶ୍ୱସ୍ତି: ବଢ଼ିଲା ସର୍ବକ୍ଷମା ଯୋଜନାର ଅବଧି

ଭୁବନେଶ୍ୱର: ବେଆଇନ କୋଠା ନିର୍ମାତାଙ୍କୁ ବଡ଼ ଆଶ୍ୱସ୍ତି । ଡେଡ୍‌ଲାଇନ ପୂରିବାର ଦିନକ ପୂର୍ବରୁ ବଢ଼ିଲା ସର୍ବକ୍ଷମା ଯୋଜନାର ଅବଧି । ଆଉ ୧୫ ଦିନ ପାଇଁ ରାଜ୍ୟ ସରକାର ସର୍ବକ୍ଷମା ଯୋଜନାର ଅବଧିକୁ ବୃଦ୍ଧି କରିଛନ୍ତି । ସର୍ବକ୍ଷମା ପାଇଁ ଅଧିକ ଆବେଦନ ଓ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି କରାଯାଇଛି । ୧୫ ଦିନ ପରେ ବେଆଇନ ନିର୍ମାଣ ପାଇଁ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

Image result for under construction building

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସ୍ୱାଗତ କରିଥିବା ବେଳେ ବିଜେପି ସମାଲୋଚନା କରିଛି । । ୨୦୧୮ ଜୁନ୍‌ ୨୦ ତାରିଖରେ ସର୍ବକ୍ଷମା ଯୋଜନା ଲାଗୁ ହୋଇଥିଲା । ୨୦୧୯ ଜୁନ୍‌ ୧୯ରୁ ଆଉ ୬ ମାସ ବଢ଼ିଥିଲା । ଶେଷ ଡେଡ୍‌ଲାଇନ ଥିଲା ୨୦୨୦ ଫେବ୍ରୁଆରୀ ୫ ତାରିଖ । ଏବେ ଆଉ ୧୫ଦିନ ବୃଦ୍ଧି କରାଯାଇଛି ।

ସର୍ବକ୍ଷମା ଯୋଜନା ଅବଧି ବୃଦ୍ଧି ନିଷ୍ପତ୍ତିକୁ ସ୍ୱାଗତ କରିଛି କଂଗ୍ରେସ । ସେପଟେ ବିଜେପି କହିଛି, ନିୟମିତ ବ୍ୟବଧାନରେ ସରଜମିନ ତଦନ୍ତ କରାଯାଇ ନଥିବାରୁ ବେଆଇନ ଗୃହ ନିର୍ମାଣ ବଢ଼ିଯାଇଛି । ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି ଯୋଗୁଁ ଆବେଦନ କରି ନଥିବା ଲୋକମାନେ ଆବେଦନ କରିବାର ସୁଯୋଗ ପାଇବେ ।

Leave a Reply