BRICSର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବେ ନାହିଁ ବିଦେଶ ମନ୍ତ୍ରୀ ଓ NSA: ପହଲଗାଓଁ ଆକ୍ରମଣ ପରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବ୍ରିକ୍ସର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବେ ନାହିଁ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଓ ଏନଏସଏ ଅଜିତ ଡୋଭାଲ । ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ବିଦେଶ ମନ୍ତ୍ରୀ ଓ ଏନଏସଏର ବୈଠକକୁ ଡୋଭାଲ ଓ ଜୟଶଙ୍କର ସ୍କିପ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ବଦଳରେ ଭାରତୀୟ ବ୍ରିକ୍ସ ଶେରପା ବୈଠକରେ ଭାରତର ତରଫରୁ ପ୍ରତିନିଧିତ୍ବ କରିବେ ।
ଜାମ୍ମୁ କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଆସନ୍ତା ୩୦ରେ ହେବାକୁ ଥିବା ବ୍ରିକ୍ସର ଗୁରୁତ୍ବପୂର୍ଣ୍ଣ ବୈଠକକୁ ନେଇ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି । ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ୨୨ ଜଣ ଲୋକ ପ୍ରାଣ ହରାଇଥିଲେ । ଉକ୍ତ ଆକ୍ରମଣ ପରେ ଭାରତୀୟ ସୁରକ୍ଷା ବଳ ଆତଙ୍କବାଦୀ ଓ ସେମାନଙ୍କର ଆଡ୍ଡା ବିରୋଧରେ କଠୋର ଅଭିଯାନ ଆରମ୍ଭ କରିଛି ।