କଳା ସଂସ୍କୃତିରେ ଭରପୂର କନ୍ଧମାଳ: ଦୂତୀ ଚାନ୍ଦ

କନ୍ଧମାଳ: ଆରମ୍ଭ ହୋଇଛି କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ଫୁଲବାଣୀ କରୋନେସନ୍‌ ପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ମହୋତ୍ସବ । ଏଥିରେ ଦୂରଦୂରାନ୍ତରୁ ବହୁ କଳାକାର ସାମିଲ ହୋଇଥିବା ବେଳେ ପଲ୍ଲିଶ୍ରୀ ମୁଖ୍ୟ ଆକର୍ଷଣ ପାଲଟିଛି । ତେବେ ଏନେଇ ମହାରାଷ୍ଟ୍ରରୁ ଆସିଥିବା କଳାକାରମାନେ ନିଜ ଲୋକାଲ୍ ଡ୍ୟାନ୍ସ ଲାଓନୀ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ । ପଡ଼ିଆରେ ପ୍ରାୟ ୧୪୩ଟି ଷ୍ଟଲରେ ବିଭିନ୍ନ ସାମଗ୍ରୀର କିଣାବିକା ଚାଲିଛି । ଏନେଇ ଲାଗିଛି ଲୋକଙ୍କର ଭିଡ ।

ଏହି ମହୋତ୍ସବରେ ମୂଖ୍ୟ ଅତିଥି ଭାବେ କନ୍ଧମାଳର ଲୋକସଭା ସାଂସଦ ଡଃ ଅଚ୍ୟୁତ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ ।

ଏହାସହ ମହୋତ୍ସବରେ ଜାତୀୟ ଆଥେଲେଟିକ୍ ଦୂତୀ ଚାନ୍ଦ, ଓଡ଼ିଆ ସିନେ ତାରକା ସବ୍ୟସଚୀ ଓ ଅର୍ଚ୍ଚିତା ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ସଭ୍ୟା ଆକାଂକ୍ଷା ପ୍ରଧାନ ଯୋଗ ଦେଇଥିଲେ ।

କନ୍ଧମାଳରେ କଳା ସଂସ୍କୃତି ଭରପୂର ରହିଛି । କନ୍ଧମାଳ ଜିଲ୍ଲା ପ୍ରଗତି ପଥରେ ଆଗେଇ ଚାଲିଛି । ଧାବିକା ଦୂତୀ ଚାନ୍ଦ ନିଜ ଆଥଲେଟିକ୍ କ୍ୟାରିୟରରେ ସଫଲତା ପାଇବା ପଛରେ ଅଚ୍ୟୁତ ସାମନ୍ତଙ୍କ ଯଥେଷ୍ଟ ଭୁମିକା ରହିଥିବା କହିଥିଲେ ଦୂତି ।

Leave a Reply