CSK ହାରିବା ନେଇ ଧୋନିଙ୍କୁ ରକ୍ଷା କରି ଜାଡେଜାଙ୍କୁ ନିଶାନା କଲେ ରାଇନା

ନୂଆଦିଲ୍ଲୀ: ‘ଚେନ୍ନାଇ ସୁପର କିଙ୍ଗସ ହାରିଛି କିନ୍ତୁ ଭାଙ୍ଗିନାହିଁ’ । ସନରାଇଜର୍ସ ହାଇଦ୍ରାବାଦ ପରେ ସିଏସକେର ସୋସିଆଲ ମିଡିଆ ହାଣ୍ଡଲରେ ଏପରି ପୋଷ୍ଟ କରାଯାଇଛି । ସପ୍ତମ ପରାଜୟ ପରେ ଚେନ୍ନାଇ ଆଇପିଏଲ ପ୍ଲେଅଫରୁ ବାହାରିଗଲାଣି । ଏପରି ପରିସ୍ଥିତିରେ ମ୍ୟାନେଜମେଣ୍ଟ ଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଦଳ ଏବଂ ଖେଳାଳିଙ୍କ ମଧ୍ୟରେ ତ୍ରୁଟି ଖୋଜିବା ଆରମ୍ଭ କରନ୍ତି । କିନ୍ତୁ ସିଏସକେ ଏପରି କରିନାହିଁ ।

ସୁରେଶ ରାଇନାଙ୍କ ପରି ପୂର୍ବତନ କ୍ରିକେଟରମାନେ ଧୋନିଙ୍କୁ ରକ୍ଷା କରୁଥିବା ଦେଖାଯାଉଛି । ଶୁକ୍ରବାରଦିନ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୫ରେ ପରାଜୟ ବରଣ କରିଛି । ହାଇଦ୍ରାବାଦ ସେମାନଙ୍କୁ ୫ଓ୍ବିକେଟରେ ପରାସ୍ତ କରିଥିଲା । ସୁରେଶ ରାଇନା ସିଏସକେର ତ୍ରୁଟି ଦର୍ଶାଇଥିଲେ କିନ୍ତୁ ଧୋନିଙ୍କ ଦୋଷ ନଥିଲା ।

ସୁରେଶ କହିଥିଲେ ଯେ, ଏଥର ଭଲ ଖେଳାଳି କିଣାଯାଇ ନଥିଲା । ଧୋନି ଏହି ଖେଳାଳି ଚୟନ ସହ ଜଡିତ ନଥିଲ । ଆପଣ ଜାଣନ୍ତି ଯେ, ଧୋନି ଏପରି କରିପାରିବେ ନାହିଁ । ହୁଏତ ନିଲାମରେ ଭୁଲ ରହିଥାଇପାରେ ଏହା ସତ୍ତ୍ବେ ମୁଁ ଭାବୁଛି ଆମ ଦଳ ଭଲ ।

ରାଇନା ଧୋନିଙ୍କୁ ରକ୍ଷା କରିବାକୁ ଯାଇ ରବିନ୍ଦ୍ର ଜାଡେଜାଙ୍କୁ ନିଶାନା କରିଥିଲେ । ଜାଡେଜାଙ୍କ ନାଁ ନ ନେଇ କହିଥିଲେ ଯେ, ଧୋନି ଜଣେ ଅଣକ୍ୟାପ ଖେଳାଳି ହୋଇ ମଧ୍ୟ କଠିନ କରିଶ୍ରମ କରୁଛନ୍ତି । ୪୩ ବର୍ଷ ବୟସରେ ଓ୍ବିକେଟ କିପିଂ ଏବଂ ଅଧିନାୟକତ୍ବ କରୁଛନ୍ତି । ସେ ଦଳର ବ୍ରାଣ୍ଡ ପାଇଁ ଖେଳୁଛନ୍ତି କିନ୍ତୁ ସେହି ଖେଳାଳିମାନେ କ’ଣ କରୁଛନ୍ତି ଯେଉଁମାନେ ୧୮ କୋଟି, ୧୭ କୋଟି କିମ୍ବା ୧୨ କୋଟିରେ କିଣା ଯାଇଥିଲେ । ସେମାନେ ଅଧିନାୟକଙ୍କ ଯୋଜନା ଅନୁସାରେ ଖେଳୁନାହାନ୍ତି ।

ନଜର ପକାନ୍ତୁ