ପାକିସ୍ତାନକୁ ଏବେ ବାଲାକୋଟ ୨.୦ ଭୟ, ସୀମାରେ ମୁତୟନ କଲା ଅତ୍ୟାଧୁନିକ ରାଡାର ସିଷ୍ଟମ

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଏବେ ଛାନିଆ । ଭୟରେ ଥରୁଛି ପାକିସ୍ତାନ ସେନା । ଭାରତ ପୁଣି ଏୟାର ଷ୍ଟ୍ରାଇକ୍ କରିଦେବନି ତ? ପୁଣି ପାକିସ୍ତାନରେ ପଶି ଆକ୍ରମଣ କରିବନି ତ? । ଏଥିପାଇଁ ପାକିସ୍ତାନ ବାୟୁସେନା ନିଜର ସାମରିକ ସ୍ଥିତିକୁ ବୃଦ୍ଧି କରିଛି । କୁହାଯାଉଛି, ପାକିସ୍ତାନ ବାୟୁସେନା ସୀମାରେ ନଜର ରଖିବା ପାଇଁ ଏୟାରବର୍ଣ୍ଣ ଅର୍ଲି ଓ୍ବାଣ୍ଣିଂ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ମୁତୟନ କରିଛି । ଏହାର ଅର୍ଥ ହେଉଛି ଭାରତ ପାକିସ୍ତାନ ସୀମାରେ ହାଇ ଆର୍ଲଟ ରହିଛି ଏବଂ ପାକିସ୍ତାନ ଭୟ କରୁଛି ।
ପାକିସ୍ତାନ ବାୟୁସେନା ସାବ୍ ଏରିଆଇ ସିଷ୍ଟମ ନିୟୋଜିତ କରିଛି । ଯାହା ୨ ହଜାର ପ୍ଲାର୍ଟଫର୍ମ ଆଧାରିତ ଏକ ଅତ୍ୟାଧୁନିକ ରାଡାର ସିଷ୍ଟମ । ଏହାକୁ ନିୟୋଜିତ କରି ଭାରତ ସାମରିକ କାର୍ଯ୍ୟକଳାପ ଉପରେ ନଜର ରଖୁଛି ପାକିସ୍ତାନ । ଏହି ଏରିଆଇ ସିଷ୍ଟମ ଦୂରତାରେ ଥିବା ବିମାନ, କ୍ଷେପଣାସ୍ତ୍ର ଏବଂ ଭୂମିରେ ଲକ୍ଷ୍ୟ ଚିହ୍ନଟ କରିବାରେ ସକ୍ଷମ । ଏତେ ପାକିସ୍ତାନ ବାୟୁସେନା ସତର୍କତା ମୂଳକ ପଦକ୍ଷେପ ନେଉଛି ।
ଏହାକୁ ମୁତୟନ କରିବା ମାନେ ପାକିସ୍ତାନ ଏବେ କୌଣସି ପ୍ରକାରର ବିପଦ ଆମନ୍ତ୍ରଣ କରିବାକୁ ଚାହୁଁନାହିଁ । ପୁଲଓ୍ବାମା ଆକ୍ରମଣ ପରେ ପାକିସ୍ତାନରେ ପଶି ଆକ୍ରମଣ କରିଥିଲା ଭାରତୀୟ ସେନା ।