ବରଙ୍ଗପୁରରେ ଭେଳିକି ସାଜିଛି ବର୍ଦ୍ଧିତ ଭତ୍ତା, ଅଭିଯୋଗ ଆଣିଲେ ୩ ହିତାଧିକାରୀ

1 min read

ନବରଙ୍ଗପୁର : ଅନେକ ହିତାଧିକାରୀଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା । ସରକାରଙ୍କ ବର୍ଦ୍ଧିତ ଭତ୍ତା ସତେ ଯେମିତି ଏହି ଦୁଃଖିରଙ୍କି ପାଇଁ ଉପହାସ ପାଲଟିଛି । ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଥିବା ଏହି ଦୃଶ୍ୟ ହିଁ ଜ୍ଵଳନ୍ତ ଉଦାହରଣ । ସାନକୁମୁଲି ପଂଚାୟତର ସୁକଲ ଦେଇ ଜାନି ଜନ୍ମରୁ ଅନ୍ଧ । ସରକାର ଶତ ପ୍ରତିଶତ ଶାରୀରିକ ଅକ୍ଷମ ପ୍ରମାଣ ପତ୍ର ଦେଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେ ବର୍ଦ୍ଧିତ ଭତ୍ତା ପାଇପାରୁନାହାଁନ୍ତି । ରାସନ କାର୍ଡରେ ଯେଉଁ ଚାଉଳ ପାଉଥିଲେ ତାହା ମଧ୍ୟ ନଅମାସ ହେଲା ବନ୍ଦ ହୋଇଯାଇଛି । ସେହିପରି ୮୦ ବର୍ଷୀୟ ବୃଦ୍ଧ ଚନ୍ଦ୍ର ଜାନି, ଗୋଟିଏ ଗୋଡ ଦୁର୍ଘଟଣାରେ ହରାଇ ବସିଛନ୍ତି । ବର୍ଦ୍ଧିତ ଭତ୍ତା ପାଇଁ ସଂପୂର୍ଣ୍ଣ ଯୋଗ୍ୟ ହେଲେ ଆଜି ଯାଏଁ ତାଙ୍କୁ ମିଳୁନି ସହାୟତା । ଅକ୍ଷୟ ସାହୁ ଶୁଣିପାରନ୍ତି ନାହିଁ କିମ୍ବା କଥା କହିପାରନ୍ତି ନାହିଁ । ସେ ମଧ୍ୟ ୩୫ ଶହ ଟଙ୍କା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । …

ନବରଙ୍ଗପୁର ଜିଲ୍ଲାରେ  ୮ ହଜାର ୯୪୦ ଅଶୀ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ହିତାଧିକାରୀ ଅଛନ୍ତି । ୨ ହଜାର ୫୦୦ ଜଣ ୮୦ ପ୍ରତିଶତରୁ ଅଧିକ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ଅଛନ୍ତି । ହେଲେ ତା ମଧ୍ୟରୁ ୧ ହଜାର ୩୫୨ ଜଣଙ୍କୁ ବର୍ଦ୍ଧିତ ଭତ୍ତା ବା ୩୫୦୦ ଟଙ୍କା ଯୋଗାଇ ଦିଆଯାଉଛି । ଅନ୍ୟପଟେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୨ ହଜାର ୧୧୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ  କରାଯାଇଛି । ଯଥାଶୀଘ୍ର ସେମାନଙ୍କୁ ୩୫ଶହ ଟଙ୍କା ଭତ୍ତା ଦିଆଯିବ । ଏଠି ପ୍ରଶ୍ନ ଉଠୁଛି- ନିର୍ବାଚନୀ ଇସ୍ତାହାର ବେଳେ ବିଜେପି ସରକାର ଦେଇଥିବା ପ୍ରତିଶୃତି ପାଳନ କରିବାରେ କେତେ ସକ୍ଷମ ? ଦିବ୍ୟାଙ୍ଗ ମାନଙ୍କ ପ୍ରତି ସରକାର ଦୃଷ୍ଟି ଦେଉନାହାଁନ୍ତି କାହିଁକି ?