ସମନ ପରେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରବର୍ଟ ଭଦ୍ରା

ନନ୍ଦିଘୋଷ ବ୍ୟୁରୋ: ଇଡିର ସମନ ପରେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରବର୍ଟ ଭଦ୍ରା । ଏକ ଜମି ଚୁକ୍ତି ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ହାଜର ପାଇଁ ଦ୍ଵିତୀୟ ଥର ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି କାର୍ଯ୍ୟାଳୟକୁ ଯିବା ବାଟରେ ସେ ସମନକୁ ବିଜେପି ଦ୍ୱାରା ରାଜନୈତିକ ପ୍ରତିଶୋଧ ବୋଲି କହିଥିଲେ । ଯେତେବେଳେ ମୁଁ ଲୋକଙ୍କ ସ୍ୱର ଉଠାଇଥାଏ ସେମାନେ ମୋତେ ଦମନ କରିବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି ରବର୍ଡ ଭଦ୍ରା । ମୋ ବିରୋଧରେ ଏଜେନ୍ସିର ଦୁରୁପଯୋଗ କରାଯାଉଛି । ମୋର ଲୁଚାଇବା ପାଇଁ କିଛି ନାହିଁ। ସେମାନେ ମୋତେ ଯାହା ଚାହିଁବେ ପଚାରିପାରିବେ ଏବଂ ମୁଁ ସେମାନଙ୍କୁ ଉତ୍ତର ଦେବିବୋଲି ସେ କହିଛନ୍ତି । ହରିୟାଣାର ଏକ ଜମି ଚୁକ୍ତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ସମ୍ମୁଖୀନ ହୋଇଛନ୍ତି ରବର୍ଟ ଭଦ୍ରା । ଏହି ମାମଲାରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରାଯାଇଛି। ପୂର୍ବରୁ ତାଙ୍କୁ ଏପ୍ରିଲ 8 ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ସାକ୍ଷ୍ୟ ଦେଇ ନଥିଲେ।