Jio ଆଣିଲା ଏକ ଶସ୍ତା ପ୍ଲାନ: ୨୦୦ରୁ କମ୍ ଟଙ୍କାରେ ମିଳୁଛି ଦୈନିକ ୧.୫ ଜିବି ଡାଟା ଓ ଅନଲିମିଟେଡ୍ କଲିଂ

ଦେଶର ଅଗ୍ରଣୀ ଟେଲିକମ୍ ସେବାପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ସର୍ବଦା ତା’ର ଅଗଣିତ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର୍ ଆଣିଥାଏ । ଏହା ମଧ୍ୟରେ ଜିଓ ଏକ ଶାନଦାର ଅଫର ଲଞ୍ଚ କରିଛି । ଏଥିରେ ଗ୍ରାହକମାନେ ମାତ୍ର ୧୯୯ ଟଙ୍କାର ରିଚାର୍ଜ କରି ଦୈନିକ ୧.୫ ଜିବି ଡାଟା ଓ ଅସୀମିତ କଲିଂ ସୁବିଧା ପାଇ ପାରିବେ । ଜିଓ ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନ ଉପଲବ୍ଧ ରହିଥିବା ବେଳେ ତାହା ଅଲଗା ଅଲଗା ସେଗମେଣ୍ଟ ଓ ଫିଚର୍ସ ସହ ଆସୁଛି । ଜିଓର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ପୂରା ୧୮ ଦିନର ଭାଲିଡିଟି ମିଳିଥାଏ । ଏହି ଅବସରରେ ଗ୍ରାହକମାନେ କଲିଂ ଓ ଡାଟାର ଫାଇଦା ଉଠାଇ ପାରିବେ । ଏଥିରେ ଲୋକାଲ ଓ ଏସଟିଡି କଲ୍ ମଧ୍ୟ ସାମି ରହିଛି । ୟୁଜର୍ସ ଦୈନିକ ୧୦୦ ଏସଏମଏସକୁ ଏକ୍ସେସ କରିବାର ସୁବିଧା ପାଇବେ । ଆଜିର ଡିଜିଟାଲ ଜମାନାରେ ଇଣ୍ଟରନେଟ ସଭିଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଜିନିଷ ହୋଇଥିବାରୁ ଏହି ଶସ୍ତା ପ୍ଲାନ ଗ୍ରାହକଙ୍କୁ ନିଶ୍ଚିତ ଭାବେ  ଫାଇଦା ଦେବାରେ ସହାୟକ ହେବ ।