ଆସନ୍ତାକାଲି ମାଘ ସପ୍ତମୀ, ପାପ ଧୋଇବାକୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଆସନ୍ତାକାଲି ମାଘ ସପ୍ତମୀ । ଓଡ଼ିଆ ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗାରେ ବୁଡ ପକାଇବେ ଶ୍ରଦ୍ଧାଳୁ । ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଦେବ । ଠାକୁରଙ୍କ ମହାସ୍ନ।ନ ପାଇଁ ଲଗ୍ନ ସ୍ଥିର କରାଯାଇଥିବା ବେଳେ ଏହା ପରେ ଶ୍ରଦ୍ଧାଳୁ ପକାଇବେ ବୁଡ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ନେଇ କୋଣାର୍କ ଏନଏସି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଏହା ସହିତ ପୂର୍ତ୍ତ ବିଭାଗ ପକ୍ଷରୁ କୃତ୍ରିମ ପୁଷ୍କରିଣୀ ତିଆରି କରାଯିବା ସହିତ ବ୍ୟାରିକେଡ ଦିଆଯାଇଛି । ମେଳା ପଡିଆରେ ସ୍ୱତନ୍ତ୍ର ଭାବରେ ପାନୀୟ ପରିମଳ ଦିଗରେ ସୁବନ୍ଦୋବସ୍ଥ କରାଯାଇଛି ।

Image result for chandrabhaga in maghasaptami

ପରମ୍ପରା ଅନୁସାରେ ପ୍ରଥମେ ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନ।ନ ପରେ ଶ୍ରଦ୍ଧାଳୁ ବୁଡ ପକାଇବେ । ଭୋର ୩ଟା ୩୦ମିନିଟ୍‌ରେ ସ୍ନ।ନ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । କିମ୍ବଦନ୍ତୀ ଅନୁସାରେ କୃଷ୍ଣ ପୁତ୍ର ଶାମ୍ବ ଚନ୍ଦ୍ରଭାଗା କୂଳରେ ତପସ୍ୟା କରି ଏକ ଅଭିଶାପରୁ ମୁକ୍ତ ହୋଇଥିଲେ । ଏହି ଦିନରେ ଏଠାରେ ବୁଡ ପକାଇଲେ ସବୁ ପାପ କ୍ଷୁର୍ଣ୍ଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ।

Leave a Reply