ଏହି କାରଣ ପାଇଁ ହୋଇଥିଲା ଚହଲ-ଧନଶ୍ରୀଙ୍କ ଡିଭୋର୍ସ: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

1 min read

ନିକଟରେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ତଲାକକୁ ନେଇ ସାରା ଦେଶରେ ବେଶ୍ ଚର୍ଚ୍ଚା ହୋଇଥିଲା । ତେବେ କ’ଣ ପାଇଁ ଏହି ହଟ ଯୋଡ଼ି ଅଲଗା ହୋଇଥିଲେ, ତାହା ଏବେ ବି ଫ୍ୟାନ୍ସଙ୍କ ମଧ୍ୟରେ ପ୍ରଶ୍ନବାଚୀ ହୋଇ ରହିଯାଇଛି । ମାର୍ଚ୍ଚ ୨୦ରେ ଦୁହିଁଙ୍କର ତଲାକ ହୋଇଥିଲା । ପରସ୍ପରଙ୍କ ସହମତିରେ ତଲାକ ହୋଇଥିବା ଖବର ମଧ୍ୟ ଆସିଥିଲା । ମାତ୍ର ଏବେ କିନ୍ତୁ କିଛି ଅଲଗା କଥା ସାମ୍ନାକୁ ଆସିଛି । ଦୁହିଙ୍କ ମଧ୍ୟରେ ମତଭେଦ ଥିଲା, ତେଣୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଏବେ ରିପୋର୍ଟରେ କୁହାଯାଇଛି ।

ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଚହଲ ଓ ଧନଶ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ନିଜର ରହିବାର ସ୍ଥାନକୁ ନେଇ ଦୁହେଁ ଏକମତ ନଥିଲେ । ସେହି କାରଣରୁ ସେମାନେ ତଲାକ ନେବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ ଡିସେମ୍ବରରେ ବିବାହ ପରେ ଧନଶ୍ରୀ ହରିୟାଣାରେ ଚହଲ ଓ ଶାଶୂ-ଶ୍ବଶୁରଙ୍କ ସହ ରହିବାକୁ ଚାଲି ଯାଇଥିଲେ । କିଛିଦିନ ପରେ ମୁମ୍ବାଇରେ ରହିବାକୁ ଧନଶ୍ରୀ  ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ଏହା ଚହଲଙ୍କ ଭଲ ଲାଗିନଥିଲା ବୋଲି କୁହାଯାଉଛି ।

ଚହଲଙ୍କୁ ବିବାହ କରିବା କରିବା ପରେ ଧନଶ୍ରୀ ସ୍ବାମୀଙ୍କ ପରିବାର ସହ ହରିୟାଣାରେ ରହିଥିଲେ । କାମ ଥିବା ସମୟରେ ଧନଶୀ ମୁମ୍ବାଇ ଯାଉଥିଲେ । ମୁମ୍ବାଇ-ହରିୟାଣାରେ ରହିବାକୁ ନେଇ ସୃଷ୍ଟି ହୋଇଥିବା ଝଗଡ଼ା ସେମାନଙ୍କର ରିଲେସନଶିପକୁ ସମାପ୍ତ କରିଦେଇଥିଲା । ନିଜର ପିତାମାତାଙ୍କ ସହ ଅଲଗା ରହିବାକୁ ଚହଲ ପ୍ରସ୍ତୁତ ନଥିଲେ । ସେ ନିଜ ଘର ପିତାମାତାଙ୍କ ସହ ରହିବାକୁ ଚାହୁଁଥିଲେ । ଆଇପିଏଲ ୨୦୨୫ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଚହଲ-ଧନଶ୍ରୀଙ୍କ ତଲାକ ହୋଇଥିଲା । ତଲାକ ଅନୁସାରେ ଚହଲଙ୍କୁ ୪.୭୫ କୋଟି ଟଙ୍କା ଧନଶ୍ରୀଙ୍କୁ ଦେବାକୁ ପଡ଼ିଥିଲା ।