ମାଲିକାଣୀଙ୍କୁ କରୋନା ଭାଇରସ୍ ଠାରୁ ରକ୍ଷା କଲା ପୋଷା କୁକୁର
ବିପଦ ଆସିଲେ କୁକୁର ଆଗରୁ ଜାଣି ବାଟ କଢେଇ ଦେଇଥାଏ । ତେଣୁ କୁକୁରଙ୍କୁ ବିପଦ କାଳରେ ରକ୍ଷକ ବୋଲି ମଧ୍ୟ ମନାଯାଏ । ଏହାର ଏକ ସଦ୍ୟତମ ଉଦାହରଣ ତାଇୱାନ୍ରେ ଦେଖିବାକୁ ମିଳିଛି । ଏଠାରେ ଏକ ପୋଷା କୁକୁର ମାଲିକାଣୀଙ୍କ ପାସପୋର୍ଟ ଚିରି ଦେଇଥିଲା । ମାଲିକାଣୀଙ୍କୁ ଚାଇନାର ବୁହାନ ସହରକୁ ଯାତ୍ରା କରିବାର ଥିଲା । ତେଣୁ ଏହା ଦେଖି ମାଲିକାଣୀ ରାଗି ଯାଇଥିଲେ ।
ତେବେ କିଛି ଦିନ ପରେ ବୁହାନ ସହରରେ କରୋନା ଭୁତାଣୁ ସଂକ୍ରମଣ ହେଉଥିବା ଖବର ମାଲିକ ଜାଣିବାକୁ ପାଇଥିଲେ । ପରେ ମାଲିକାଣୀ ବିଶ୍ୱାସ କରିଥିଲେ ଯେ, ତାଙ୍କ ପୋଷା କୁକୁର କିମିକୁ ହୁଏତ ବିପଦର ପୂର୍ବାଭାସ ମିଳିଥିଲା ତେଣୁ ସେ ଏପରି କରି ମାଲିକାଣୀଙ୍କ ଜୀବନ ରକ୍ଷା କରିଥିଲା ।
ଏହା ଗୋଲଡେନ୍ ରିଟ୍ରିଭର ପ୍ରଜାତିର ଏକ ମାଈ କୁକୁର । ମାଲିକାଣୀ ତାଙ୍କ ଚିରା ପାସପୋର୍ଟ ସୋସିଆଲ୍ ମିଡ଼ିଆରେ ଶେୟାର କରିଥିଲେ ।
ଏବେ ସେ ପୁଣି ସୋସିଆଲ୍ ମିଡ଼ିଆରେ କୁକୁର ଫଟୋ ଶେୟାର କରି ଲେଖିଛନ୍ତି ଯେ, କିମି ଯୋଗୁ ମୋ ଜୀବନ ବଞ୍ଚିଯାଇଛି ।
ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଏବେ ଚର୍ଚ୍ଚା ଜାରି ରହିଛି ।