ବଲାଙ୍ଗିରରେ ପ୍ରତାରଣାର ଶିକାର ହୋଇସାରିବା ପରେ ମହିଳାଙ୍କ ଆତ୍ମହତ୍ୟା

ବଲାଙ୍ଗିର: ବଲାଙ୍ଗିର ସୁଦପଡାରେ ଥିବା ସଖୀ ସେଣ୍ଟରରେ ଜଣେ ମହିଳାଙ୍କ ଆତ୍ମହତ୍ୟା । ମହିଳାଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ପୋଲିସ ମହିଳାଙ୍କ ସୁଇସାଇଡ୍‌ ନୋଟ୍‌ ଜବତ କରିଛି ।

ବଲାଙ୍ଗିର ଟିକ୍ରାପଡାର ଅନିଲ ନାୟକଙ୍କ ସହ ପ୍ରେମ ସଂପର୍କ ପରେ ସେ ବଲାଙ୍ଗିର ଆସିଥିଲେ । ତେବେ ଅନିଲ ତାଙ୍କୁ ପ୍ରତାରଣା କରିବା ନେଇ ସେ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଅନିଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ଗତ ୨୬ତାରିଖରୁ ସଖୀ ସେଣ୍ଟରରେ ମହିଳା ଜଣକ ରହିଥିଲେ । ଗତକାଲି ରାତି ଗୋଟାଏରେ ସଖି ସେଣ୍ଟରରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ନେଇ ଟାଉନ୍‌ ଥାନା ପୋଲିସ  ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply