ଦୋଳ ମେଲଣ ଉତ୍ସବ,ରୋଷଣୀରେ ସୁସଜ୍ଜିତ ବିମାନରେ ବିଜେ କଲେ ଦୋଳ ଗୋବିନ୍ଦ

ନନ୍ଦିଘୋଷ ବ୍ୟୁରୋ : ରଙ୍ଗବେରଙ୍ଗର ସୁସଜ୍ଜିତ ବିମାନରେ ଆସୁଛନ୍ତି ଦୋଳ ଗୋବିନ୍ଦ । ବାଜାବାଣ ରୋଷଣୀରେ ମେଳଣ ପଡ଼ିଆକୁ ବିଜେ କରୁଛନ୍ତି ରାଧା କୃଷ୍ଣଙ୍କ ଚଳନ୍ତି ପ୍ରତିମା । ମେଳଣ ପଡ଼ିଆରେ ଲାଗିଛି ହଜାର ହଜାର ଲୋକ ଭିଡ । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବ୍ରାହ୍ମଣଗାଁରେ ପାଳିତ ହୋଇଛି ମେଳଣ ଉତ୍ସବ । ଏହି ମେଳଣ ଉତ୍ସବ ୧୪୮୫ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇ ଚଳିତ ବର୍ଷ ୫୨୫ ବର୍ଷରେ ପଦାର୍ପଣ କରିଛି । ପାଞ୍ଚଟି ବିମାନକୁ ନେଇ ଆରମ୍ଭ ହୋଇ ଥିବା ମେଳଣ ଉତ୍ସବ ୪୨ଗୋଟି ବିମାନରେ ପହଞ୍ଚିଛି । ଦିଅଁ ଦର୍ଶନ ସହିତ ସୁସଜ୍ଜିତ ବିମାନ ଦେଖିବାକୁ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ୨ ଦିନ ଧରି ଆୟୋଜିତ ହୋଇଥିବା ଏହି ଭାଇ ଚାରାର ମେଳଣରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ । ଏହି ଅବସରରେ ବହୁ ଉଠା ଦୋକାନ ଲାଗିଥାଏ ।
ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଦୋଳ ପୂର୍ଣ୍ଣିମା । ରୋଷଣୀରେ କାନ୍ଧରେ ଆସୁଛନ୍ତି ଦୋଳ ଗୋବିନ୍ଦ । ସାମିଲ୍ ହୋଇଛନ୍ତି ଉଭୟ ହିନ୍ଦୁ ମୁସଲିମ୍ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଶଗଡା ପଞ୍ଚାୟତ ରେଂଘାଳୋ ଠାରେ ପବିତ୍ର ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଦୁଇଟି ସୁସଜିତ ବିମାନରେ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମା ଗାଁ ପରିକ୍ରମା କରିବା ସହିତ ଚରେରୀରେ ଭୋଗ ଖାଇଥିଲେ । ଦୋଳପୂର୍ଣ୍ଣିମା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବନ୍ଧୁ ବାନ୍ଧବ ଘରକୁ ନିମନ୍ତ୍ରତ ହୋଇ ଏହି ପର୍ବରେ ସାମିଲ ହୁଅନ୍ତି । ଅନେକ ବର୍ଷରୁ ଏହି ନିଆରା ଭାଇଚାରା ପରମ୍ପରା ଚାଲିଆସୁଛି । ତେବେ ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କୁ ରୋଷଣୀରେ ପାଛୋଟି ଆଣୁଥିବା ବେଳେ ପରସ୍ପର ମଧ୍ୟରେ ଅବିର ଲଗାଇ ହୋଲି ଖେଳିଥିଲେ । ଏହାପରେ ଦୋଳବେଦୀକୁ ବିରାଜମାନ କରିଥିଲେ ରାଧାକୃଷ୍ଣ।
ଗଞ୍ଜାମ ଜିଲ୍ଲାର ଆସିକା ବ୍ଳକ ଭେଟନଇ ଗାଁ ନିକଟ ମାଆ କଙ୍କଣ ଦେବୀଙ୍କ ପୀଠରେ ଦୋଳ ଯାତ୍ରା ପାଳିତ ହୋଇଯାଇଛି । ଦୋଳ ପୂର୍ଣ୍ଣମାରେ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମାଆ କଙ୍କଣ ଦେବୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଲୋକ କଥା ଅନୁଯାୟୀ ଘୁମୁସରର ଭଞ୍ଜବଂଶିୟ ରଜତନ୍ତ୍ର ସମୟରୁ ଏଠାରେ ବିରାଟ ପ୍ରସ୍ତର ଖଣ୍ଡ ରୂପରେ କଙ୍ଗଣ ଦେବୀ ପୂଜା ପାଇଆସୁଛନ୍ତି । ମାଆଙ୍କ ପାଖରେ ମାନସିକ ରଖି କୁଣ୍ଡାପୋଡ଼ ପିଠା ଓ ପଣାଭୋଗ କଲେ ହଜିଥିବା ଜିନିଷ ମିଳିଯାଏ ବୋଲି ବିଶ୍ଵାସ ରହିଛି । ବିରାଟ କାୟ ପଥର ଖଣ୍ଡଟି ଛୋଟିଆ ପଥର ଉପରେ ରହିଥିବାରୁ ସମସ୍ତଙ୍କୁ ଆଶ୍ଚଯ୍ୟ କରିଥାଏ ।