ଟ୍ରଫ୍ ଲାଇନ୍ ପ୍ରଭାବରେ ବର୍ଷା ସମ୍ଭାବନା, ୨ଦିନ ବର୍ଷା ପରେ ପରିବର୍ତ୍ତନ ହେବ ପାଗ

1 min read

ଭୁବନେଶ୍ୱର: ଫେବୃଆରୀ ପ୍ରଥମ ସପ୍ତାହରେ ଶେଷ ହେବ ଏ ବର୍ଷର ଶୀତଋତୁ । ଆଜି ଶୀତ କମିବ, ତାପମାତ୍ରା ବଢିବ । ଦୁଇ ଦିନ ବର୍ଷା ପରେ ପରିବର୍ତ୍ତନ ହେବ ପାଗ । ୩-୪ଡିଗ୍ରୀ ତାପମାତ୍ରା ବଢିବ । ଆକାଶ ମେଘମୁକ୍ତ ରହିବା ସହ ତାପାମାତ୍ରା ବଢିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି  । ବର୍ଷା ପରେ ଉପକୂଳରୁ ଉପାନ୍ତ, ଘନ କୁହୁଡିରେ ଆଚ୍ଛାଦିତ ହେବା ନେଇ ସୂଚନା ମିଳିଛି । ସେପଟେ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀ ଆଗୁଆ ପ୍ରସ୍ତୁତ ରହିବାକୁ ଖାଦ୍ୟ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପତାପ ସ୍ୱାଇଁ ପରାମର୍ଶ ଦେଇଛନ୍ତି । ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave a Reply