ବର୍ଷକରେ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି ୧୧୫୦ଜଣ
1 min read
ଭୁବନେଶ୍ବର: ବଢୁଛି ସାପ କାମୁଡା ମୃତ୍ୟୁ । ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ସାପ କାମୁଡାରୁ ପ୍ରାଣ ହରାଇଛନ୍ତି । ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି । ସେହିପରି ୨୦୨୪-୨୫ ରେ ୭୦୯ ଜଣଙ୍କ ସାପ କାମୁଡ଼ାରେ ଜୀବନ ଯାଇଛି । ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କାମୁଡ଼ା ମୃତ୍ୟୁ ହୋଇଛି । ତା’ ପଛକୁ କଟକ ଓ ଗଞ୍ଜାମ ରହିଛନ୍ତି । ୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମରିଛନ୍ତି । ତା ପଛକୁ ରହିଛି ଗଞ୍ଜାମ ଓ କେନ୍ଦୁଝର । ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ।