spot_img

Latest Posts

ବାପାର ଛୁରା ମାଡ଼ରେ ନାବାଳକ ପୁଅର ମୃତ୍ୟୁ

ସୋର: ବାପାର ଛୁରା ମାଡ଼ରେ ନାବାଳକ ପୁଅର ମୃତ୍ୟୁ । ମାଆକୁ ବଞ୍ଚାଇବାକୁ ଯାଇ ପୁଅର ଜୀବନ ଯାଇଛି। ବାଲେଶ୍ବର ଜିଲ୍ଲା ସୋର ଖଇରା ଥାନା ନରମା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନେଦାମ ଗାଁର ଯୋଗେନ୍ଦ୍ର ସିଂ ତାଙ୍କ ପରିବାରକୁ ନେଇ ୬ ବର୍ଷ ହେବ ନରମା ଗାଁରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ତାଙ୍କ ସ୍ତ୍ରୀ ମୁନି ସିଂକୁ କୌଣସି କାରଣରୁ ମାଡ଼ ମାରିଥିଲେ।

ମାଆକୁ ବଞ୍ଚାଇବାକୁ ଯାଇ ବଡ଼ପୁଅ ରାଜେଶ ସିଂ ପ୍ରତିବାଦ କରିଥିଲେ। ଏଥିରେ ଯୋଗେନ୍ଦ୍ର ରାଗିଯାଇ ଏକ ଛୁରୀରେ ପୁଅ ରାଜେଶର ଛାତିକୁ ଆକ୍ରମଣ କରିଥିଲେ। ପରିବାର ଲୋକେ ରାଜେଶକୁ ଉଦ୍ଧାର କରି ପ୍ରଥମେ ଔପଦା ଡାକ୍ତରଖାନାକୁ ନେଇଥିଲେ।  ସେଠାରେ ଡାକ୍ତର ଅନୁପସ୍ଥିତି ଥିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହତ୍ୟାକାରୀ ବାପା ଯୋଗେନ୍ଦ୍ର ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଖଇରା ପୋଲିସ କାବୁ କରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

Latest Posts

Don't Miss