ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀରେ ଚଢ଼ାଉ ହେବ: STF ଡିଆଇଜି ପିନାକ ମିଶ୍ରଙ୍କ ସୂଚନା
1 min read
ଭୁବନେଶ୍ବର: ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀରେ ଚଢ଼ାଉ ହେବ । ଏ ନେଇ ସୂଚନା ଦେଇଛନ୍ତି STF ଡ଼ିଆଇଜି ପିନାକ ମିଶ୍ର। କିଏ, କେମିତି ଓ କେଉଁ ଉଦ୍ଦେଶ୍ୟରେ ସାରା ଓଡ଼ିଶାରେ ଡେରା ପକାଇଛନ୍ତି ସେ ନେଇ ଚାଲିଛି ଖୋଳତାଡ଼। ଏ ନେଇ ଏକ ସ୍ପେଶାଲ ଟିମ ଗଠନ କରାଯାଇଛି । ତେବେ କଥା ହେଉଛି, ଅନୁପ୍ରବେଶକାରୀଙ୍କ ମାଷ୍ଟରମାଇଣ୍ଡ କିଏ ? କିଏ ସେମାନଙ୍କୁ ଓଡିଶା ଆଣୁଥିଲା ? ଜାଲ ଡକ୍ୟୁମେଣ୍ଟ କିଏ ପ୍ରସ୍ତୁତ କରୁଥିଲା ? ସେ ନେଇ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ। STF ସ୍କାନରରେ ରହିଛନ୍ତି ଶତାଧିକ ଦଲାଲ । ଗତକାଲି ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶୀ ଗିରଫ ହୋଇଥିଲେ। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF । ବିନା କୌଣସି ପାସପୋର୍ଟ ଓ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଥିଲେ। ଗିରଫ ବାଂଲାଦେଶୀଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଓ ଜଣେ ନାବାଳକ ରହିଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୭ ଟି ମୋବାଇଲ, ବଙ୍ଗଳାଦେଶ ଟଙ୍କା ସହ ଅନେକ୍ ସମାଗ୍ରୀ ଜବତ କରାଯାଇଥିଲା। ସମସ୍ତ ଅଭିଯୁକ୍ତ ଆସାମ ଡୁବୁରି ଦେଇ ଭାରତକୁ ପ୍ରବେଶ କରିଥିଲେ । ମାର୍ଚ୍ଚ ୬ ତାରିଖରେ ଦିବ୍ରୁଗଡ଼- ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଳୁରୁ ଯାଉଥିବା ବେଳେ ଧରିଥିଲା ଏସଟିଏଫ । ଏମାନେ ବିନା ଭିସା ଓ ପାସପୋର୍ଟରେ ଭାରତରେ ପ୍ରବେଶ କରିଥିଲେ ।