spot_img

Latest Posts

ଦିଲ୍ଲୀରେ ନାଁ ପରିବର୍ତ୍ତନ ରାଜନୀତି, ଇଚ୍ଛା ମୁତାବକ ବଦଳିଲା ରାସ୍ତାର ନାଁ

ନୂଆଦିଲ୍ଲୀ : ଦିଲ୍ଲୀରେ ବଦଳିଗଲା ରାସ୍ତାର ନାଁ। ତୁଗଲକ ଲେନ ବଦଳରେ ସ୍ବାମୀ ବିବେକାନନ୍ଦ ମାର୍ଗ ନାଁ ରଖିଲେ ଦୁଇ ବିଜେପି ସାଂସଦ। ଦିଲ୍ଲୀର ପ୍ରମୁଖ ରାସ୍ତା ଓ ଗଳିର ନାମ ପରିବର୍ତ୍ତନ ପ୍ରକ୍ରିୟା ଜାରି ରହିଥିବାବେଳେ ଦୁଇ ବିଜେପି ସାଂସଦ ନିଜ ବାସଭବନର ଠିକଣାରେ ତୁଗଲକ ଲେନ ବଦଳରେ ସ୍ବାମୀ ବିବେକାନନ୍ଦ ମାର୍ଗ ଲେଖିବା ଚର୍ଚ୍ଚାର କାରଣ ହୋଇଛି। ବିଜେପି ରାଜ୍ୟସଭା ଏମପି ଦିନେଶ ଶର୍ମା ଗୃହ ପ୍ରବେଶ ବେଳେ ଏହି ନାମ ପରିବର୍ତ୍ତନ କରିଛନ୍ତି। ସେହିପରି ଦିନେଶ ଶର୍ମାଙ୍କ ପଡୋଶୀ ଥିବା ଫରିଦାବାଦର ବିଜେପି ଏମପି ତଥା କେନ୍ଦ୍ରମନ୍ତ୍ରୀ କ୍ରିଷନପାଲ ଗୁର୍ଜର ମଧ୍ଯ ନିଜ ବାସଭବନର ଠିକଣାକୁ ପୁନଃନାମିତ କରିଛନ୍ତି। ଦିନେଶ ଶର୍ମାଙ୍କ ବଙ୍ଗଳା ନମ୍ବର ୬ ହୋଇଥିବାବେଳେ କ୍ରିଷନପାଲଙ୍କ ବଙ୍ଗଳା ନମ୍ବର ୮ ରହିଛି। କେବଳ ଏତିକି ନୁହେଁ ବଙ୍ଗଳା ନମ୍ବର ୧୦ ଆଗରେ ଥିବା ଫଳକରେ ବି ତୁଗଲକ ଲେନ ହଟାଯାଇ ସ୍ବାମୀ ବିବେକାନନ୍ଦ ମାର୍ଗ ଦର୍ଶଯାଇଛି। ଗତ ୨୦୧୫ର ତୁଗଲକ ରୋଡକୁ ଅବଦୁଲ କଲାମ ରୋଡ ନାମରେ ନାମିତ କରାଯାଇଥିଲା। ସେହି ବର୍ଷ ଏହି ନାମକୁ ଅନୁମୋଦିତ କରିଥିଲା ଦିଲ୍ଲୀ ମହାନଗର ନିଗମ। ମାତ୍ର ତୁଗଲକ ମୋଗଲ ବଂଶର ପ୍ରତିଷ୍ଠାତା ଗିୟାସୁଦ୍ଦିନ ତୁଗଲକଙ୍କ ନାମାନୁସାରେ ଏବେ ବି ସେହି ଲେନ ଥିଲା। ପ୍ରାୟ ୨୬ ବର୍ଷ ପରେ ଦିଲ୍ଲୀରେ ବିଜେପି ଶାସନ ଆସିବା ପରେ ଦିଲ୍ଲୀର ଅଧିକାଂଶ ମୁସଲିମ ଲେନ, ପ୍ରମୁଖ ରାସ୍ତା ଓ ସ୍ଥାନର ନାମ ପରବର୍ତ୍ତନ କରିବା ଲାଗି ଘୋଷଣା କରିବା ଦେଖାଯାଉଛି। ବିଧାନସଭା ଅଧିବେଶନରେ ବିଜେପି ବିଧାୟକ ମୋହନ ସିଂ ବିସ୍ତ ବି ମୁସ୍ତାଫାବାଦକୁ ଶିବପୁରୀ କିମ୍ବା ଶିବ ବିହାର ନାମରେ ନାମିତ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ସେହିପରି ବିଜେପି ବିଧାୟିକା ନୀଲମ ପହଲବାନ ବି ନଜାଫଗଡକୁ ନହରଗଡ଼ ନାମରେ ନାମିତ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଦିଲ୍ଲୀରେ ମୁସଲିମ ନାମଭିତ୍ତିକ ସ୍ଥାନ ଓ ରାସ୍ତାକୁ ବିଜେପି ନେତାମାନେ ନିଜ ଇଚ୍ଛାନୁସାରେ ନାମିତ କରିବା ଦେଖାଯାଉଛି। ୨୦୧୮ରେ ଆହ୍ଲାବାଦକୁ ପ୍ରୟାଗରାଜ ନାମରେ ନାମିତ କରାଯାଇଥିଲା। ସେହିପରି ମୋଗଲ ସରାଇ ଷ୍ଟେସନକୁ ଦୀନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କାରଯାଇଥିଲା। ଫୈଜାବାଦ ଜିଲ୍ଲାକୁ ଅଯୋଧ୍ୟା ନାମରେ ନାମିତ କରାଯାଇଥଇଲା।

Latest Posts

Don't Miss