ବିଜୁବାବୁ ଆରମ୍ଭ କରିଥିବା ବ୍ୟବସ୍ଥା ପ୍ରତି ଈର୍ଷା କାହିଁକି: ଓଡ଼ିଆ ଅସ୍ମିତା ନାମରେ ଛଳନା କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତି ଅସମ୍ମାନ କରାଯିବା ଘଟଣାକୁ ନେଇ ଗର୍ଜିଛି ବିଜେଡି । ବିଜୁବାବୁଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ବ୍ୟବସ୍ଥା ପ୍ରତି ଅସୂୟାଭାବ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । ଓଡ଼ିଆ ଅସ୍ମିତା ନାଁ ନେଇ ଛଳନା କରୁଛନ୍ତି ରାଜ୍ୟ ସରକାର । ପଞ୍ଚାୟତିରାଜ ଦିବସ ପାଳନ ନହେବା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଏନେଇ ଖୋଲାଖୋଲି ଭାବେ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି, ୭୩ତମ, ୭୪ତମ ସଂଶୋଧନ ମାଧ୍ୟମରେ ଯାହାକୁ ସାରା ଦେଶ ଗ୍ରହଣ କରିପାରିଲା ତାହାକୁ ରାଜ୍ୟ ସରକାର ଅସୂୟାଭାବ ରଖି ଗ୍ରହଣ କରି ନ ପାରିବା ନିହାତି ନିନ୍ଦନୀୟ ଘଟଣା । ଓଡ଼ିଶାର ବ୍ୟବସ୍ଥାକୁ ସାରା ଦେଶ ଗ୍ରହଣ କରୁଛି, ତାହା ରାଜ୍ୟ ସରକାର ଜାଣି ପାରୁନାହାନ୍ତି । ଦୁଃଖର କଥା ଏହା ଯେ, ଓଡ଼ିଆ ଅସ୍ମିତାର ନାଁ ନେଇ ଛଳନା କରୁଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ଆମେ ସମସ୍ତେ ପାଳନ କରୁଥିଲେ । ମାତ୍ର ୩୬ ଘଣ୍ଟା ବାକି ଥାଇ ରାଜ୍ୟ ସରକାର ତାହାକୁ ପରିବର୍ତ୍ତନ କରିଦେଇ ଏପ୍ରିଲ ୨୪ରେ ହେବ ବୋଲି ନିଷ୍ପତ୍ତି କରିଥିଲେ । ତିନି ଦଶନ୍ଧି ଧରି ଏହା ଚାଲିଆସୁଥିଲା, ମାତ୍ର କ’ଣ ପାଇଁ ତାହାକୁ ପରିବର୍ତ୍ତନ କରାଗଲା । ଏହା ବିଜୁଙ୍କ ପ୍ରତି ଏକ ବଡ଼ ଅସମ୍ମାନ ବୋଲି କହିଛି ବିଜେଡି ।

ନଜର ପକାନ୍ତୁ