ମହାକୁମ୍ଭରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ହୋଇଥିଲା ଷଡ଼ଯନ୍ତ୍ର: ଠିକ୍ ସମୟରେ ପୋଲିସ ପାଇଥିଲା ସୁରାକ

ପ୍ରୟାଗରାଜ: ପ୍ରୟାଗରାଜରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭର ସମାପନ ହୋଇସାରିଛି । ଏହି ପୂରା କାର୍ଯ୍ୟକ୍ରମରେ ୬୬ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ପାଇଁ ବହୁ ପୋଲିସଙ୍କୁ ମୁତୟନ କରାଯାଇଥିଲା । ଏଥିସହିତ ବହୁ ଏଜେନ୍ସି ମଧ୍ୟ ସୁରକ୍ଷା ବ୍ୟବସ୍ଥା ପାଇଁ କାମ କରୁଥିଲେ । ମହାକୁମ୍ଭର ୧୦ ଦିନ ପରେ ୟୁପି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି, ଯେ କି ମହାକୁମ୍ଭ ସମୟରେ କୌଣସି ବଡ଼ ଅଘଟଣ ଘଟାଇବା ପାଇଁ ପ୍ରସ୍ତୁତି ଚଳାଇଥିଲା ।

ପୋଲିସ ଅନୁସାରେ, ମହାକୁମ୍ଭ ସମୟରେ ଗଡ଼ବଡ଼ ଓ କୌଣସି ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଥିଲା । ସେଥିପାଇଁ ୟୁପି ଏସଟିଏସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଥିଲା । ପଞ୍ଜାବ ଓ ୟୁପି ପୋଲିସର ମିଳିତ ଅପରେସନରେ ବବ୍ବର ଖାଲସା ଓ ଆଇଏସଆଇର ଆତଙ୍କୀ ଲଜର ସମୀହଙ୍କୁ ଗିରଫ କରାଯାଇଥିଲା । ପୋଲିସ ଯେଉଁ ଆତଙ୍କୀକୁ ଧରିଛି, ସେନେଇ ସୂଚନା ମିଳିଥିଲା । କୁମ୍ଭମେଳାରେ ବଡ଼ ଅଘଟଣ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଥିଲା । ୟୁପିର କୌଶାମ୍ବୀ ଠାରୁ ଏହି ମିଳିତ ଅପରେସନ ଦ୍ବାରା ଗିରଫ କରାଯାଇଥିଲା ।

ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ପୂର୍ବରୁ ହିଁ ହିଷ୍ଟ୍ରିଶିଟର ଥିଲା, ଯେ କି ଅନେକ ଥର ହତିଆର ଓ ହିରୋଇନ ତସ୍କରୀ ମାମଲାରେ ଜେଲ ଯାଇଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ନିଜର କିଛି ସାଥୀଙ୍କ ନାମ ମଧ୍ୟ କହିଥିଲା । ପ୍ରଥମେ ପୋଲିସ ହେପାଜତରୁ ଫେରାର ହୋଇଥିବା ଅଭିଯୁକ୍ତକୁ ଧରିବାକୁ ପୂରା ପ୍ରୟାସ କରାଯାଇଥିଲା, ମାତ୍ର ସେ ଚକମା ଦେବାରେ ସଫଳ ହୋଇଥିଲା । ମହାକୁମ୍ଭରେ କିଛି ଅଘଟଣ ଘଟାଇବା ପରେ ପର୍ତ୍ତୁଗାଲ ଚାଲିଯିବାକୁ ଅଭିଯୁକ୍ତ ଯୋଜନା କରିଥିଲା ।