spot_img

Latest Posts

ମ୍ୟାଚ୍ ମଝିରେ ଶୋଇପଡ଼ି ଟାଇମ୍ ଆଉଟ୍ ହେଲେ ପାକିସ୍ତାନୀ ଖେଳାଳି

ନନ୍ଦିଘୋଷ ବ୍ୟୁରୋ : ମ୍ୟାଚ୍ ମଝିରେ ଶୋଇପଡିଥିବାରୁ ଟାଇମ୍ ଆଉଟ୍ ହୋଇଥିଲେ ପାକିସ୍ତାନୀ ଖେଳାଳି । ଚଳିତ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ବିପକ୍ଷରେ ଅର୍ଦ୍ଧଶତକ ମାରିଥିବା ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୌଦ ଶକିଲଙ୍କୁ କ୍ରିଜ୍ ପହଞ୍ଚିବାର ସୁଯୋଗ ହରାଇବା ପରେ ଟାଇମଆଉଟ୍ କରାଯାଇଥିଲା ମ୍ୟାଚରେ ୫ମ ସ୍ଥାନରେ ସେ ବ୍ୟାଟିଂ କରିବା ନେଇ ସ୍ଥିର ହୋଇଥିଲା, କିନ୍ତୁ ସେ ଶୋଇ ପଡିଥିବାରୁ ତାଙ୍କୁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା । ଏହି ଘଟଣାଟି ଲୋକଲୋଚନକୁ ଆସିବାରେ ତାଙ୍କୁ ପ୍ରବଳ ସମାଲୋଚନା କରାଯାଉଛି ।

ଲଗାତାର ୱିକେଟ୍ ପଡ଼ିବା ପରେ, ୫ ନମ୍ବରରେ ବ୍ୟାଟିଂ କରିବାକୁ ଥିବା ସୌଦ ଶକିଲ୍ ନିର୍ଦ୍ଧାରିତ ତିନି ମିନିଟ୍ ମଧ୍ୟରେ କ୍ରିଜ୍ ପହଞ୍ଚି ପାରିନଥିଲେ । ଏହା ପରେ ପିଟିଭି ଦଳର ଅଧିନାୟକଙ୍କୁ ଅପିଲ୍ କରିଥିଲେ ହେଲେ ଅମ୍ପାୟାର ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ରିପୋର୍ଟ ଅନୁଯାୟୀ, ଶକିଲ୍ ଶୋଇପଡ଼ିଥିଲେ ଏବଂ ସମୟ ମଧ୍ୟରେ ବ୍ୟାଟିଂ କରିବାର ସୁଯୋଗ ହରାଇଥିଲେ ବୋଲି ଅଭିଯୋଗ ହୋଇଛି।

Latest Posts

Don't Miss