ଚାମ୍ପିୟନ୍ସ ଟ୍ରଫିରେ ବରୁଣଙ୍କ କମାଲ, ୧୪୩ ପକାଇଲେ ପଛରେ..

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ନିଜର ସ୍ପିନ ଯାଦୁରେ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଇଥିବା ବରୁଣ ଚକ୍ରବର୍ତ୍ତୀ ଆଇସିସି ରାଙ୍କିଂରେ ଉପରକୁ ଉଠିଛନ୍ତି । ସଦ୍ୟତମ ପ୍ରକାଶ ପାଇଥିବା ରାକିଂରେ ସେ ୧୪୩ ଜଣ ବୋଲରଙ୍କୁ ପଛରେ ପକାଇଛନ୍ତି । ଦିନିକିଆରେ ଏବେ ସେ ୯୭ ନମ୍ବର ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ବରୁଣ । ସେ ଚାମ୍ପିୟନ୍ସ ଟ୍ରଫିର ୨ଟି ମ୍ୟାଚ ଖେଳିଥିବାବେଳେ ୭ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଯାହାକି ତାଙ୍କ ପାଇଁ ବେଶ ଲାଭଦାୟକ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଓ୍ବିକେଟ ଅକ୍ତିଆର କରିଥିବାବେଳେ ସେମିଫାଇନାଲରେ ଗୁରୁତ୍ବପୂର୍ଣ୍ଣ ୨ଟି ଅକ୍ତିଆର କରିଥିଲେ ବରୁଣ ଚକ୍ରବର୍ତ୍ତୀ । ଦିନିକିଆ ଏବେ ଏବେ ଖେଳିବାର ସୁଯୋଗ ପାଇଥିବା ବରୁଣ ଚକ୍ରବର୍ତ୍ତୀ ଆଗାମୀ ଦିନରେ ଆହୁରି ଉପରକୁ ଉଠିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।