ବିଜୁ ବାବୁଙ୍କ ମୂର୍ତ୍ତି ଭଙ୍ଗା: ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଦାବି ଜୋରଦାର

ନନ୍ଦିଘୋଷ ବ୍ୟୁରୋ: ମାହାଙ୍ଗା ଅଞ୍ଚଳରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ପୂର୍ବରୁ ଦୁବୃର୍ତ୍ତମାନେ ବିଜୁ ବାବୁଙ୍କ ମୁଣ୍ଡ ଭାଙ୍ଗି ଅଳିଆ ଗଦାରେ ଫିଙ୍ଗିବା ଘଟଣା ନେଇ ଅସନ୍ତୋଷ ପ୍ରକାଶ ବଢିବାରେ ଲାଗିଛି । ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏଥିସହ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଯଦି ସେମାନଙ୍କୁ ଗିରଫ କରାନଗଲା ତେବେ ଜୋରଦାର ଆନ୍ଦୋଳନ ହେବ ବୋଲି ମାହାଙ୍ଗା ବିଜେଡି ଚେତାବନୀ ଦେଇଛି । କଟକ ଜିଲ୍ଲା ଭଦରେଶ୍ୱର ଥାନା ଉମର ଗାଁରେ ହନୁମାନ ଛକରେ ଥିବା ବିଜୁ ବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରୁ କେହି ନଥିବା ବେଳେ ଦୁର୍ବୃତ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗି ନିକଟରେ ଥିବା ଅଳିଆ ଗଦାରେ ପକାଇଦେଇଥିଲେ । ଆଜି ସ୍ଥାନୀୟ ବିଜୁ ପ୍ରେମୀ ପୁନର୍ବାର ଏହାକୁ ଯୋଡିଯାଡି ବିଜୁ ଜୟନ୍ତୀ ପାଳନ କରିଥିବା ବେଳେ ଆସନ୍ତାକାଲି ସେଠାରେ ପ୍ରତିବାଦ କରାଯିବ ବୋଲି ସୂଚନା ମିଳିଛି । ଏପରିକି ରାଜ୍ୟସ୍ତରୀୟ ନେତୃମଣ୍ଡଳୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭଦରେଶ୍ୱର ପୋଲିସ ଓ ସାଲେପୁର ଏସଡିପିଓ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି।