ଗଣତନ୍ତ୍ର ଦିବସ ପାଳନ ପାଇଁ ସ୍କୁଲ୍‌ ଯାଇଥିବା ବେଳେ ଛାତ୍ରୀ ଉପରେ ଏସିଡ୍ ମାଡ଼

ଖୋର୍ଦ୍ଧା: ଗଣତନ୍ତ୍ର ଦିବସରେ ଅଭାବନୀୟ ଘଟଣା । ଖୋର୍ଦ୍ଧା ଟାଙ୍ଗୀରେ ନାବାଳିକା ଛାତ୍ରୀ ଉପରେ ଏସିଡ୍‌ ମାଡ଼ । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଉପରେ ସହପାଠୀ ଛାତ୍ରଙ୍କ ଏସିଡ୍‌ ମାଡ଼ ଅଭିଯୋଗ । ଛାତ୍ରୀଙ୍କ ଆଖି ଓ ମୁହଁରେ ଏସିଡ୍‌ ପଡ଼ିଛି । ଚିକିତ୍ସା ପାଇଁ ତାଙ୍କୁ ଟାଙ୍ଗୀରୁ ଖୋର୍ଦ୍ଧା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣାକୁ ନେଇ ଟାଙ୍ଗୀ ଅଞ୍ଚଳରେ ଚର୍ଚ୍ଚା । ଗଣତନ୍ତ୍ର ଦିବସ ପାଳନ ପାଇଁ ସ୍କୁଲ୍‌ ଯାଇଥିବା ବେଳେ ଛାତ୍ରୀଙ୍କ ଉପରେ ଜଣେ ସହପାଠୀ ଛାତ୍ର ଏସିଡ୍‌ ଫିଙ୍ଗିଥିବା ଅଭିଯୋଗ ହୋଇଛି ।

Leave a Reply