ପେଟ୍ରୋଲ ଦାମ୍ କମିଲା: ଜନତାଙ୍କୁ ବଡ଼ ଉପହାର ଦେଲେ ଏହି ରାଜ୍ୟ ସରକାର
1 min read
ରାୟପୁର: ପେଟ୍ରୋଲ ଦାମ୍ ଶସ୍ତା ହୋଇଛି । ଛତିଶଗଡ଼ ସରକାର ରାଜ୍ୟ ବଜେଟ-୨୦୨୫ ଆଗତ କରିବା ସହ ଜନତାଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର । ପେଟ୍ରୋଲ ଦାମ୍ ପ୍ରତି ଲିଟର ପିଛା ୧ ଟଙ୍କା କମିଥିବା ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି । ବିଷ୍ଣୁଦେବ ସାୟଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ଓପି ଚୌଧରୀ ପେଟ୍ରୋଲ ହ୍ରାସ ନେଇ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ପେଟ୍ରୋଲ ଦର ୧ ଟଙ୍କା ହ୍ରାସ କରାଯାଇଥିବା ସେ କହିଛନ୍ତି ।
ବର୍ତ୍ତମାନ ରାଜ୍ୟର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିଛି । ରାଜଧାନୀ ରାୟପୁରରେ ଏକ ଲିଟର ପେଟ୍ରୋଲ ଦାମ ୧୦୦.୪୫ ଟଙ୍କାରେ ବିକ୍ରି ହେଉଛି । ରାଜନାନ୍ଦଗାଓଁରେ ଏହା ୧୦୦.୮୫ ଟଙ୍କା ପ୍ରତି ଲିଟର ରହିଛି । ସରକାରଙ୍କ ପକ୍ଷରୁ ଘୋଷଣା ପରେ ଅନେକ ସହରରେ ପେଟ୍ରୋଲ ଦାମ୍ ୧୦୦ ଟଙ୍କା ତଳକୁ ଖସିଯିବ । ରାଜ୍ୟର ଅନ୍ୟ ବଡ଼ ବଡ଼ ସହର କଥା ଯଦି କହିବା, ବସ୍ତରରେ ମାର୍ଚ୍ଚ ୩ରେ ପେଟ୍ରୋଲ ଦାମ ୧୦୨.୧୧ ଟଙ୍କା ପ୍ରତି ଲିଟର ରହିଥିଲା । ସେହିପରି ବାଲୋଦବଜାରରେ ୧୦୧.୧୮, ବୀଜାପୁରରେ ୧୦୧.୨୫, ବିଲାସପୁରର ୧୦୧.୨୫, ଦନ୍ତେଓ୍ବାଡ଼ାରେ ୧୦୨.୦୯, ଧମତରୀରେ ୧୦୦.୭୭, ଦୁର୍ଗରେ ୧୦୦.୮୦ ଓ ଜଶପୁରରେ ୧୦୧.୯୩ ଟଙ୍କା ରହିଥିଲା ।