ରଣବୀର ଆହ୍ଲାବାଦିଆଙ୍କୁ ବଡ଼ ଆଶ୍ବସ୍ତି: ’ଦି ରଣବୀର ଶୋ’ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ଦେଲେ ଅନୁମତି

ୟୁଟ୍ୟବର ରଣବୀର ଆହ୍ଲାବାଦିଆଙ୍କୁ ମିଳିଛି ଏକ ବଡ଼ ଆଶ୍ବସ୍ତି । ଗୋଟିଏ ସର୍ତ୍ତରେ ରଣବୀରଙ୍କୁ ପୁଣି ଥରେ ’ଦି ରଣବୀର ଶୋ’ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଏହି ବିବାଦକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ଏହି ଶୁଣାଣି ପରେ ଏବେ ରଣବୀରଙ୍କୁ ମିଳିଛି ଏକ ବଡ଼ ଆଶ୍ବସ୍ତି ।

ୟୁଟ୍ୟୁବର ରଣବୀରଙ୍କ ଗିରଫଦାରୀରୁ ସୁରକ୍ଷା ଅବଧିକୁ ବୃଦ୍ଧି କରିବା ଅବସରରେ ସୁପ୍ରିମକୋର୍ଟ ’ଶୋ’ରେ ’ଶାଳୀଳତା ରକ୍ଷା କରିବାକୁ କହିଛନ୍ତି । ରଣବୀର ମହାରାଷ୍ଟ୍ର ଓ ଆସାମରେ ବିଭିନ୍ନ ମାମଲାର ସମ୍ମୁଖୀନ ହେଉଥିବା ବେଳେ ଆପେକ୍ସନ କୋର୍ଟଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ତାଙ୍କର ସୁରକ୍ଷା ମଞ୍ଜୁରୀ କରାଯାଇଥିବା କୋର୍ଟଙ୍କ ଅର୍ଡରରେ କୁହାଯାଇଛି ।  ଗୁଆହାଟୀରେ ତାଙ୍କ ବିରୋଧରେ ମାମଲା ଆସିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ଅଦାଲତଙ୍କ କଟକଣା ମଧ୍ୟରେ ତାଙ୍କୁ ସୋସିଆଲ ମିଡ଼ିଆରେ ଏୟାର ଶୋ’ କରିବା ନେଇ ଅନୁମତି ମିଳୁ ବୋଲି ସୁପ୍ରିମକୋର୍ଟଙ୍କୁ ଆହ୍ଲାବାଦିଆା ଅନୁରୋଧ କରିଥିଲେ । ଏହା ତାଙ୍କର ଏକମାତ୍ର ଜୀବିକା ବୋଲି ରଣବୀର ଉଲ୍ଲେଖ କରିଥିଲେ । ତେବେ ଏହି ମାମଲାରେ ରଣବୀର ’ନିରବ ରହିବା’ ଉଚିତ ବୋଲି ସଲିସିଟର ଜେନେରାଲ ତୁଷାର ମେହତା ଯୁକ୍ତି କରିଥିଲେ । ରଣବୀରଙ୍କୁ କିଛି ସମୟ ପାଇଁ ନିରବରେ ରହିବାକୁ ଦିଆଯାଉ ବୋଲି ଶ୍ରୀ ମେହଟା ଉଚ୍ଚ ଅଦାଲତରେ କହିଥିଲେ । ରଣବୀରଙ୍କ ଲୋକପ୍ରିୟ ପଡକାଷ୍ଟ ଶୋ ପ୍ରତ୍ୟେଗ ବର୍ଗର ଲୋକଙ୍କ ପାଇଁ ଗ୍ରହଣୀୟ ବୋଲି ରଣବୀରଙ୍କୁ ଆଶ୍ବସ୍ତି ଦେବା ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ।